#Local

ବାଲିଅନ୍ତା ହତ୍ୟାକାଣ୍ଡ ପରେ ଚେତିଲା ପୁଲିସ୍ , ଭିଡ଼ ହିଂସା ରୋକିବାକୁ ମକ୍ ଡ୍ରିଲ

କନକ ବ୍ୟୁରୋ : ବାଲିଅନ୍ତାରେ ସୌମ୍ୟରଞ୍ଜନଙ୍କୁ ପିଟିପିଟି ସଂଘବଦ୍ଧ ହତ୍ୟା ଘଟଣା ପରେ ପୁଲିସର ଚେତା ପଶିଲା । ଭିଡ଼ ହିଂସାକୁ ଏଡ଼ାଇବା ଲାଗି ପୁଲିସ୍ କରିଛି ମକ୍‌ ଡ୍ରିଲ । କଟକ ଜିଲ୍ଲାର ବାରଙ୍ଗ ଏବଂ ସଦର ଥାନା ପାଖରେ ଏହି ମକ୍ ଡ୍ରିଲ କରାଯାଇଛି । ପୁଲିସ୍ କଣ୍ଟ୍ରୋଲ ରୁମକୁ ଭିଡ଼ ହିଂସା ନେଇ ଖବର ପହଞ୍ଚିଥିଲା । ୧୧୨ ଖବର ପାଇବା ପରେ ତୁରନ୍ତ ପିସିଆର ଏବଂ ଥାନାକୁ ଏ ବାବଦରେ ଅବଗତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ପ୍ରତି ବର୍ଷ ବଢ଼ିବାରେ ଲାଗିଛି ହତ୍ୟାକାଣ୍ଡ; ରୋକିବାରେ ବିଫଳ ଓଡ଼ିଶା ପୁଲିସ

ପିସିଆର ଏବଂ ଥାନା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ହିଂସାକୁ ପ୍ରତିହତ କରିଥିଲେ । ଏଥିସହ ସେମାନଙ୍କ କବଳରୁ ହିଂସାର ଶିକାର ଯୁବକକୁ ଉଦ୍ଧାର କରିଥିଲା ପୁଲିସ । ଅନ୍ୟପଟେ ଆକ୍ରମଣକାରୀଙ୍କୁ ପୁଲିସ୍ ନିଜ କବ୍‌ଜାକୁ ନେଇଥିଲା । ପୁଲିସ୍ ଘଟଣାସ୍ଥଳରେ ନିରବତା ଅବଲମ୍ବନ ନକରି, କିପରି ସକ୍ରିୟ ଦାୟିତ୍ଵ ସେହି ସମୟରେ ତୁଲାଇବା ଦରକାର, ସେଥିପାଇଁ ଏହି ମକ୍ ଡ୍ରିଲ କରାଯାଇଥିଲା । 

Leave a comment

Your email address will not be published. Required fields are marked *