#Local

ଆମ୍ବୁଲାନ୍ସରୁ ସରିଗଲା ତେଲ, ମଝିରାସ୍ତାରେ ଆଖି ବୁଜିଲେ ରୋଗୀ

କନକ ବ୍ୟୁରୋ: ରାଜ୍ୟରେ ତେଲ ସଙ୍କଟ ମଧ୍ୟରେ ଏକ ଅଭାବନୀୟ ତଥା ଅତି ଘଟଣା ସାମ୍ନାକୁ ଆସିଛି । କଟକ କାଠଯୋଡ଼ି ବ୍ରିଜ୍ ଉପର ମଝି ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଗଲା । ଆଉ ଠିକ୍ ସେତିକି ବେଳେ ଆମ୍ବୁଲାନ୍ସ ଭିତରେ ଛଟପଟ ହୋଇ ଜୀବନ ହାରିଲେ ରୋଗୀ । ଯାହାକୁ ନେଇ ଏବେ ପୁଣି ରାଜ୍ୟ ସରକାରଙ୍କ ଅଡ଼ୁଆ ବଢ଼ିଛି ।

ସମୟ ଅପରାହ୍ଣ । କଟକ ବଡ଼ ମେଡିକାଲରୁ ଜଣେ ଗୁରୁତର ରୋଗୀଙ୍କୁ ନେଇ ଏକ ଘରୋଇ ହସ୍ପିଟାଲକୁ ବାହାରିଥିଲା ଆମ୍ବୁଲାନ୍ସ । ଗାଡ଼ି ଭିତରେ ଥିଲେ କେନ୍ଦ୍ରାପଡ଼ାର ରୋଗୀ ପ୍ରକାଶ କୁମାର ତାଣ୍ଡି । ପରିବାର ଲୋକଙ୍କ ଆଶା ଥିଲା, ଅନ୍ୟ ଏକ ହସ୍ପିଟାଲରେ ହୁଏତ ପ୍ରକାଶ ସୁସ୍ଥ ହୋଇଯିବେ । କିନ୍ତୁ କିଏ ଜାଣିଥିଲା, କାଠଯୋଡ଼ି ବ୍ରିଜ୍ ହିଁ ତାଙ୍କ ପାଇଁ ଶେଷ ରାସ୍ତା ପାଲଟିବ । ବ୍ରିଜ୍ ମଝିରେ ହଠାତ୍ ବନ୍ଦ ହୋଇଗଲା ଆମ୍ବୁଲାନ୍ସର ଇଞ୍ଜିନ୍ । କାରଣ- ଗାଡ଼ିରେ ଆଉ ତେଲ ହିଁ ନଥିଲା ।

ଏପଟେ ରାଜ୍ୟରେ ପେଟ୍ରୋଲ-ଡିଜେଲକୁ ନେଇ ସାଙ୍ଘାତିକ ସ୍ଥିତି ଉପୁଜିଛି । ପେଟ୍ରୋଲ ପମ୍ପ ଗୁଡ଼ିକରେ କିଲୋମିଟର କିଲୋମିଟର ଲମ୍ବା ଲାଇନ୍ । ତେଲ ସରିଯିବା ଭୟରେ ଲୋକେ ଆତଙ୍କିତ । କିନ୍ତୁ ସରକାରଙ୍କ ଭାଷା ପୂରା ଅଲଗା । ଖାଦ୍ୟ ଯୋଗାଣ ମନ୍ତ୍ରୀ ବାରମ୍ବାର ଦମ୍ଭୋକ୍ତି ବାଢ଼ିବାରେ ଲାଗିଛନ୍ତି ।

ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ଆମ୍ବୁଲାନ୍ସ ଆଜି ତେଲ ବିନା ଅସହାୟ ହୋଇ ଛିଡ଼ା ହୋଇଛି । ପ୍ରକାଶଙ୍କ ପରିବାର ଲୋକଙ୍କ କୋହରେ କାଠଯୋଡ଼ି ଓଦା ହେଉଛି । ଆଉ ଏହି ଘଟଣା ଏବେ ସରକାରଙ୍କ ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଛି । ବିରୋଧୀ ମଧ୍ୟ ଏନେଇ ସରକାରଙ୍କୁ ଘେରିବାଟା ଥୟ । ଏବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟରେ ତେଲ ମହଜୁଦ ଅଛି, ତେବେ ଆମ୍ବୁଲାନ୍ସରୁ ତେଲ ସରିଲା କେମିତି? ମନ୍ତ୍ରୀଙ୍କ ଆଶ୍ୱାସନା ଆଉ ପ୍ରଶାସନର ଦାବି ଭିତରେ ପ୍ରକାଶଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ପ୍ରକାଶଙ୍କ ମୃତ୍ୟୁ ସରକାରୀ ବ୍ୟବସ୍ଥାର ବିଫଳତାକୁ ପଦାରେ ପକାଇଛି । ଯେଉଁଠି ମନ୍ତ୍ରୀଙ୍କ କଥା ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି । ଦେଖିବାକୁ ବାକି ରହିଲା, ଏହି ଅଭାବନୀୟ ଘଟଣା ପରେ ସରକାର କି ପଦକ୍ଷେପ ନେଉଛନ୍ତି ।

ଆମ୍ବୁଲାନ୍ସରୁ ସରିଗଲା ତେଲ, ମଝିରାସ୍ତାରେ ଆଖି ବୁଜିଲେ ରୋଗୀ

Boy, 15, shot dead in France as

ଆମ୍ବୁଲାନ୍ସରୁ ସରିଗଲା ତେଲ, ମଝିରାସ୍ତାରେ ଆଖି ବୁଜିଲେ ରୋଗୀ

Main Khiladi Tu Anari was copied from

Leave a comment

Your email address will not be published. Required fields are marked *