ଜୋହାନେସବର୍ଗରେ ଅଦିନିଆ ରଥଯାତ୍ରା , ଭକ୍ତଙ୍କ ଭାବାବେଗକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ଦୁଇ ଦିନ ଧରି ଅଦିନିଆ ରଥଯାତ୍ରା । ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗରେ ସାଉଥ୍ ଆଫ୍ରିକା ଇସ୍କନ୍ ପକ୍ଷରୁ ଦୁଇ ଦିନ ଧରି ଅଦିନିଆ ରଥଯାତ୍ରା ପାଳନ କରାଯାଇଥିଲା । ୧୫ ଏବଂ ୧୬ ତାରିଖରେ ଆୟୋଜିତ ଏହି ରଥଯାତ୍ରାକୁ ନେଇ ଜୋହାନେସବର୍ଗର ଓଡ଼ିଆ ସମାଜ ନିଜର ଭାବନା ପ୍ରକାଶ କରିଥିଲେ । ଏହି ଅବସରରେ ଓଡ଼ିଆ ସମୁଦାୟର ପ୍ରତିନିଧିମାନେ ଇସ୍କନ୍ର ସଦସ୍ୟମାନଙ୍କ ସହିତ ସାକ୍ଷାତ କରି ନିଜର ଅନୁଭୂତି ଓ ଭାବନା ବ୍ୟକ୍ତ କରିଥିଲେ ।
ଅଧିକ ପଢ଼ନ୍ତୁ : ପୁଣି ଇସ୍କନର ମନମାନି, ଆସନ୍ତା ୧୬ ତାରିଖରେ ଫ୍ଲୋରିଡ଼ା ଜ୍ୟାକ୍ସ ବେଳାଭୂମିରେ ରଥଯାତ୍ରା କରିବାକୁ ପ୍ରସ୍ତୁତି
ସେମାନେ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଆ ଲୋକଙ୍କ ଆସ୍ଥା, ପରମ୍ପରା ଓ ଭାବନା ସହ ଗଭୀର ଭାବରେ ଜଡ଼ିତ । ତେଣୁ ପାରମ୍ପରିକ ତିଥି ବ୍ୟତୀତ ଅନ୍ୟ ଦିନରେ ଅଦିନିଆ ରଥଯାତ୍ରା ପାଳନ କରାଯିବାକୁ ନେଇ ସେମାନେ ଦୁଃଖ ପ୍ରକାଶ କରିଥିଲେ ।
English 
















































































































































































































































































































































































































































































































































































































































































































































































































