ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ , ଟାୟାର ରିସୋଲ ଦୋକାନ ଜଳି ପାଉଁଶ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ । ମଞ୍ଚେଶ୍ବର ପାଖରେ ଥିବା ଟାୟାର ରିସେଲ ଦୋକାନରେ ଲାଗିଛି ନିଆଁ । ରୋବଟିକ ସିଷ୍ଟମ ଦ୍ବାରା ୮ ଫାୟାର ଗାଡ଼ି ନିଆଁକୁ ଆୟତ୍ତ କରାଯାଇଛି । ଭିତରେ ପ୍ରଚୁର ପରିମାଣର ଟାୟାର ଥିବାରୁ ଅଗ୍ନିଶମ ବିଭାଗ ଭିତରୁକୁ ଯିବା ସମ୍ଭବ ହେଉନଥିଲା ।
ଅଧିକ ପଢ଼ନ୍ତୁ : ଏଲଆଇସି ଅଫିସରେ ଅଗ୍ନିକାଣ୍ଡ , ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ
ତେଣୁ ଦୋକାନ ଭାଙ୍ଗି ନିଆଁ ଲିଭାଉଛି ଅଗ୍ନିଶମ ଟିମ୍ । ଏହି ଟାୟାର ୱାର୍କ୍ ସପ୍ ଟାୟାର ରିଶୋଲ ହେଉଥିଲା । ଭିତରେ ଦାମି ମେସିନ ଥିଲା । ସବୁ ଜଳି ପୋଡ଼ି ପାଉଁଶ ହେଇଛି । ମାଲିକକଙ୍କ କହିବା କଥା ଅନୁଯାୟୀ ୧ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଛି ।
English 

















































































































































































































































































































































































































































































































































































































































































































































































