ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କନକ ବ୍ୟୁରୋ; ଉତ୍ତରପ୍ରଦେଶର ପିଲିଭିତ-ବସ୍ତି ୭୩୦ ନମ୍ବର ଜାତୀୟ ରାଜପଥର ସିସାଇଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଯାତ୍ରୀ ଭର୍ତ୍ତି ଟାଟା ମ୍ୟାଜିକ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ: ସୋର-କୁପାରୀ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ଜଣେ ମୃତ , ଜଣେ ଗୁରୁତର
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମ୍ୟାଜିକ୍ ଭ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି ।
English 



























































































































































































































































































































































































































































































































































































































































































































































































































































































































































































































































































