#Local

ଛାତ୍ରୀଙ୍କୁ ସଶକ୍ତ କରିବ ‘ଶକ୍ତିଶ୍ରୀ’ ଯୋଜନା ; ଉତ୍କଳ ବିଶ୍ବବିଦ୍ୟାଳୟରେ ହେଲା ଶୁଭାରମ୍ଭ ହେଲା

କନକ ବ୍ୟୁରୋ : ଶକ୍ତିଶ୍ରୀ ସଶକ୍ତୀକରଣ କୌଣସି ଏକ ପାଠ୍ୟକ୍ରମ ନୁହେଁ। ଏହା ଏକ ଆତ୍ମବିଶ୍ବାସ ହେବା ଦରକାର । ଉତ୍କଳ ବିଶ୍ବବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ଶୁଭାରମ୍ଭ ଅବସରରେ ଯୋଗ ଦେଇ ଏଭଳି କହିଛନ୍ତି ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ । ଶିକ୍ଷାନୁଷ୍ଠାନରେ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବ ଏହି ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର । 

ଛାତ୍ରୀଙ୍କୁ ସଶକ୍ତ କରିବ ଶକ୍ତିଶ୍ରୀ । ଆତ୍ମରକ୍ଷା ପ୍ରଶିକ୍ଷଣ ସହ ଆଇନଗତ ଅଧିକାର ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସହାୟତା କରିବ ଏହି ଶକ୍ତିଶ୍ରୀ ସେଲ୍‌। ଉତ୍କଳ ବିଶ୍ଵବିଦ୍ୟାଳୟରେ ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ.ବି. ରାଉତ । ଏଥିସହ ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ, ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଜୀବନରେ ଘଟିଥିବା କିଛି ଘଟଣାର ଉଦାହରଣ ଦେଇ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ । ସେ କହିଥିଲେ, ସୁରକ୍ଷା ପାଇଁ ଅନେକ ଆତ୍ମରକ୍ଷା କୌଶଳ ଅଛି କିନ୍ତୁ ପ୍ରଥମେ ନିଜ ଉପରେ ବିଶ୍ୱାସ ରଖିବା ଦରକାର । ଶକ୍ତିଶ୍ରୀ କୌଣସି କୋର୍ସ ନୁହେଁ ଯେ ତାକୁ ପଢ଼ି ସଫଳତା ହାସଲ କରିବା । ମୁଖ୍ୟ କଥା ହେଲା ଆତ୍ମରକ୍ଷା ବା ଆତ୍ମବିଶ୍ୱାସକୁ ଅଭ୍ୟାସରେ ପରିଣତ କରିବା ଜରୁରୀ । 

ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରରେ ଜଣେ ଛାତ୍ରୀ ଶକ୍ତିଶ୍ରୀ ସାଥୀ ଏବଂ ଜଣେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ଭାବେ ରହିବେ । ଏଥିସହ ସବୁ ବିଭାଗରୁ ଜଣେ ଜଣେ ଛାତ୍ରୀ ଏହାର ସଦସ୍ୟ ରହିବେ । ଶିକ୍ଷାନୁଷ୍ଠାନରେ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବ ଏହି ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର । ଛାତ୍ରୀମାନଙ୍କୁ ଫିଜିକାଲି, ଡିଜିଟାଲି, ସୋସିଆଲି ଏବଂ ମେଣ୍ଟାଲି ସଶକ୍ତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଶକ୍ତିଶ୍ରୀ ସେଲର ଲକ୍ଷ୍ୟ ରହିଛି । 

ଛାତ୍ରୀଙ୍କୁ ସଶକ୍ତ କରିବ ‘ଶକ୍ତିଶ୍ରୀ’ ଯୋଜନା ; ଉତ୍କଳ ବିଶ୍ବବିଦ୍ୟାଳୟରେ ହେଲା ଶୁଭାରମ୍ଭ ହେଲା

Ram Charan hails Aamir Khan, Salman Khan

ଛାତ୍ରୀଙ୍କୁ ସଶକ୍ତ କରିବ ‘ଶକ୍ତିଶ୍ରୀ’ ଯୋଜନା ; ଉତ୍କଳ ବିଶ୍ବବିଦ୍ୟାଳୟରେ ହେଲା ଶୁଭାରମ୍ଭ ହେଲା

Orissa High Court to function in virtual

Leave a comment

Your email address will not be published. Required fields are marked *