କେନ୍ଦୁଝର ଜିଲ୍ଲାରେ ତେଲ ଗଚ୍ଛିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ସର୍ବନିମ୍ନ ୨ ହଜାର ଲିଟର ଡିଜେଲ ଓ ୧ ହଜାର ଲିଟର ପେଟ୍ରୋଲ ମହଜୁଦ ରଖ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲର ରିଜର୍ଭ ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ। ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍, କେନ୍ଦୁଝରଙ୍କ ସିଭିଲ ସପ୍ଲାଇସ୍ ବିଭାଗ ପକ୍ଷରୁ ଏନେଇ ସମସ୍ତ ରିଟେଲ ଆଉଟଲେଟ୍ ମାଲିକଙ୍କୁ ଚିଠି ଜାରି କରାଯାଇଛି । ଚିଠି ଅନୁସାରେ, ଜରୁରୀ ସମୟରେ ପେଟ୍ରୋଲିୟମ ପଦାର୍ଥର ଯୋଗାଣ ଅବାଧ ରଖିବା ପାଇଁ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ନ୍ୟୁନତମ ୨ ହଜାର ଲିଟର ଡିଜେଲ ଓ ୧ ହଜାର ଲିଟର ପେଟ୍ରୋଲ ରିଜର୍ଭ ଭାବେ ସଂରକ୍ଷିତ ରଖିବାକୁ କୁହାଯାଇଛି । ଏହି ରିଜର୍ଭ ଷ୍ଟକ୍ କେବଳ ଜରୁରୀ ଆବଶ୍ୟକତା ପାଇଁ ରଖାଯିବ ଏବଂ ସାଧାରଣ ବିକ୍ରୟରେ ଏହାକୁ ବ୍ୟବହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ୟ୍ୟାନୁଷ୍ଠାନ ସହ ଗୁରୁତର ଭାବେ ନେଇଯିବ ବୋଲି ସତର୍କ କରାଯାଇଛି । ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବା ସହ ସମ୍ପର୍କିତ ଅଧିକାରୀଙ୍କୁ ଅବଗତ କରାଇବାକୁ ଅନୁରୋଧ କରାଯାଇଛି ।
English 

























































































































































































































































































































































































































































