#Local

ମହିଳା ଟ୍ବେଣ୍ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତକ ମାରିଲେ ସାନା

କନକ ବ୍ୟୁରୋ: ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ପାକିସ୍ତାନୀ ଦଳର ଅଧିନାୟିକା ଫାତିମା ସାନା। ଶୁକ୍ରବାର କରାଚୀର ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ ସେ ମାତ୍ର ୧୫ ବଲ୍‌ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ସହିତ ସେ ୧୯ ବଲ୍‌ରୁ ଅପରାଜିତ ୬୨ ରନ୍‌ ( ୧୦ ଚୌକା, ୨ ଛକା) କରିଥିଲେ। ଏହା ପୂର୍ବରୁ ଦ୍ରୁତତମ ଅର୍ଦ୍ଧଶତକ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌, ଅଷ୍ଟ୍ରେଲିଆର ଫୋବେ ଲିଚ୍‌ଫିଲ୍‌ଡ ଓ ଭାରତର ଋଚା ଘୋଷଙ୍କ ନାମରେ ଥିଲା। ଏହି ତିନି ଖେଳା​ଳି ୧୮ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସୋଫି ୨୦୧୫ରେ ବେଙ୍ଗାଲୁରୁଠାରେ ଭାରତ ବିପକ୍ଷରେ ୧୮ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ୨୦୨୩ରେ ଲିଚ୍‌ଫିଲ୍‌ଡ ଓ ୨୦୨୪ରେ ଋଚା ଏହି କୀର୍ତ୍ତିମାନର ସମକକ୍ଷ ହୋଇଥିଲେ।

ଅଧିକ ପଢ଼ନ୍ତୁ…ପନ୍ତଙ୍କ ଉପରେ ୧୨ ଲକ୍ଷର ଜରିମାନା

ଏହି ମ୍ୟାଚ୍‌ରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ୍‌ ହରାଇ ୨୨୩ ରନ୍‌ କରିଥିଲା। ସାନାଙ୍କ ବ୍ୟତୀତ ସାଇରା ଜବିନ୍‌ ୫୦ ଓ ଆୟେଶା ଜାଫର ୪୫ ରନ୍‌ର ଯୋଗଦାନ ଦେଇଥିଲେ। ଜବାବରେ ଜିମ୍ବାଓ୍ବେ ୧୭.୧ ଓଭରରେ ମାତ୍ର ୯୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା ଓ ପାକିସ୍ତାନ ୧୩୩ ରନ୍‌ରେ ବିଜୟୀ ହୋଇଥିଲା।

Leave a comment

Your email address will not be published. Required fields are marked *