ମଧ୍ୟପ୍ରଦେଶର କଟନି-ମୈହାର ରାସ୍ତାର ସୁରମା ବୁଲାଣି ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା : ୨୫ ଆହତ

କନକବ୍ୟୁରୋ : ମଧ୍ୟପ୍ରଦେଶର କଟନି-ମୈହାର ରାସ୍ତାର ସୁରମା ବୁଲାଣି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରେଥିରୁ ମୈହାର ମାତାଙ୍କୁ ଦର୍ଶନ କରିବାକୁ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଏକ ଟ୍ରକ ଧକ୍କା ଦେଇଥିଲା । ଏହା ପରେ ପଛରୁ ଆଉ ଏକ ଟ୍ରକ ଆସି ଟ୍ରଲିଟି ଓଲଟି ପଡ଼ିଥିଲା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନେ ଶ୍ରଦ୍ଧାଳୁ ଥିଲେ। ଏହି ଘଟଣା ଆମଦରା ଥାନା ଅଞ୍ଚଳରେ ଘଟିଛି। ଏନ୍ଏଚଏଆଇ ଏବଂ ଆମ୍ବୁଲାନ୍ସ ୧୦୮ ସହାୟତାରେ ସେମାନଙ୍କୁ କଟନି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।
English 




























































































































































































































































































































































































































































































































































































































































































































































































































































































































































































































































































































































































































































