#Local

ରାଜ୍ୟରେ ଅପରାଧୀଙ୍କୁ ନାହିଁ ନିସ୍ତାର ; ସପ୍ତାହକ ଭିତରେ ୪ ଏନକାଉଣ୍ଟର, ଗିରଫ ହେଲେଣି ୧୭ଶହରୁ ଅଧିକ

କନକ ବ୍ୟୁରୋ:         ‘ଓଡ଼ିଶାରେ ଅପରାଧୀଙ୍କ ସ୍ଥାନ ନାହିଁ’ 
                            ଅପରାଧ କଲେ, ସିଧା ଏନକାଉଣ୍ଟର!            
ଉପରମୁହାଁ ଅପରାଧ । ରକ୍ତମୁଖା ଅପରାଧୀ । ଅସାମାଜିକଙ୍କ ଦୌରାତ୍ମ୍ୟ ସୀମା ଟପିବା ପରେ ରାଜ୍ୟକୁ ଅପରାଧ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦେଶ । ଯାହାକୁ ନେଇ ଆକ୍ସନ ମୋଡରେ ଓଡିଶା ପୁଲିସ । ପୁଲିସ୍ ଡିଜିଙ୍କ ନିର୍ଦ୍ଦେଶ ପରେ ସପ୍ତାହକ ଭିତରେ ଓଡ଼ିଶା ପୁଲିସ ରାଜ୍ୟରେ ୪ ଜଣଙ୍କୁ ଏନକାଉଣ୍ଟର କରିଛି । 

– ମେ’ ୧୬ ତାରିଖ ବ୍ରହ୍ମପୁର ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକକୁ ଏନକାଣ୍ଟର କରିଛି। ଗୁଳି ମାଡ କରି ଫେରାର ହେବାକୁ ବସିଥିବାବେଳେ ପାଲଟା ଗୁଳି କରିଥିଲା ବ୍ରହ୍ମପୁର ପୁଲିସ୍। ଦିପୁନା ବିରୋଧରେ ରହିଛି ୧୨ରୁ ଅଧିକ ମାମଲା। 
–  ମେ’ ୧୭ ତାରିଖ ବୁର୍ଲା ପ୍ଲାନେଟାରିୟମ୍ ଛକରେ ୧୪ ଅପରାଧରେ ସଂପୃକ୍ତ ମନୀଷ ସାହୁକୁ ଏନକାଉଣ୍ଟର କରିଛି  ସମ୍ବଲପୁର ପୁଲିସ । 
– ମେ’ ୧୨ ତାରିଖରେ ବେଲପାହାଡ଼ କରଲା ଖମନ ଜଙ୍ଗଲରେ ଚାନ୍ଦ ଏବଂ ଟାବୁ ନାମକ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲା ଝାରସୁଗୁଡା ପୁଲିସ। 

ଓଡିଶା ପୁଲିସ ଆରମ୍ଭ କରିଛି ସ୍ପେସାଲ ଡ୍ରାଇଭ। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅଭିଯାନ। ୫ ଦିନିଆ ଅଭିଯାନରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଜଣ ଅଭିଯୁକ୍ତଙ୍କୁ କରାଯାଇଛି କୋର୍ଟ ଚାଲାଣ । ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ୩୧ଟି ଏନଡିପିଏସ୍‌ ମାମଲା ରୁଜୁ ହୋଇଥିବାବେଳେ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

ଅଧିକ ପଢ଼ନ୍ତୁ: ଆଜିଠାରୁ ଆରମ୍ଭ ହେଲା ମଳମାସ,୩୩ ମାସ ୪ ସପ୍ତାହ ପରେ ପୂଜା ପାଇଲେ ‘ଶ୍ରୀପୁରୁଷୋତ୍ତମ’

ଆଗକୁ ମଧ୍ୟ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ପୁଲିସ୍ ଡିଜି ୱାଇ ବି ଖୁରାନିଆ। କହିଛନ୍ତି ଓଡ଼ିଶାରେ ଅପରାଧୀଙ୍କ ସ୍ଥାନ ନାହିଁ। ଦାଗୀ, ଜେଲ୍ ଫେରନ୍ତା, ପେସାଦାର ଅପରାଧୀ ଓ ଅସାମାଜିକଙ୍କ ତାଲିକା ପ୍ରସ୍ତୁତ ଚାଲିଛି। ପୁଲିସର କଠୋର ଆଭିମୁଖ୍ୟ ଦେଖି ଅପରାଧୀଙ୍କ ଛାତିରେ ଛନକା ପଶିଛି ।   

ରାଜ୍ୟରେ ଅପରାଧୀଙ୍କୁ ନାହିଁ ନିସ୍ତାର ; ସପ୍ତାହକ ଭିତରେ ୪ ଏନକାଉଣ୍ଟର, ଗିରଫ ହେଲେଣି ୧୭ଶହରୁ ଅଧିକ

Man carries his lightning-struck best friend 8km

Leave a comment

Your email address will not be published. Required fields are marked *