ଚୋର ସନ୍ଦେହରେ ଚୌଦ୍ଵାରରେ ସଂଘବଦ୍ଧ ଆକ୍ରମଣ, ୩ ଗିରଫ

କନକ ବ୍ୟୁରୋ : ବାଲିଅନ୍ତା ଭିଡ଼ ହିଂସା ଘଟଣା ପରି କଟକ ଚୌଦ୍ଵାର ଥାନା ଅଂଚଳରେ ଚୋର ସନ୍ଦେହରେ ସଂଘବଦ୍ଧ ଆକ୍ରମଣ । ପିଟିପିଟି ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଜଣ ଆକ୍ରମଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି ଚୌଦ୍ଵାର ଥାନା ପୁଲିସ୍ । ଏହି ୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ସଙ୍ଗିନ ଦଫା । ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ଵାର ଅଞ୍ଚଳର ରଶ୍ମି ରଂଜନ ଦାସ, ଗୋବିନ୍ଦ ଚନ୍ଦ୍ର ନାୟକ ଏବଂ ଜଗତସିଂହପୁରର ବିଜୟ କୁମାର ଶୁକ୍ଳା ।
ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ବାଲିଅନ୍ତା ଥାନାରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ
ଗ୍ୟାରେଜ ଦୋକାନ ନିକଟରେ ବୁଲୁଥିବା ବେଳେ ଚୋର ସନ୍ଦେହରେ ନିର୍ଧୁମ ଭାବେ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଲା ପରେ ଦରମଲା ଅବସ୍ଥାରେ ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲା । ଯାଞ୍ଚ ପରେ ସେ ଚୋରି କରିବାକୁ ଆସିନଥିବା ଜଣାପଡ଼ିଥିଲା ।
English 




























































































































































































































































































































































































































































































































































































































































































































































































































































































































































































































































































































































































































































