#Local

ଘରେ ବନାନ୍ତୁ ବିଟ୍‌ରୁଟ୍ ର ଏହି ସ୍ବାଦିଷ୍ଟ ଜଳଖିଆ : ସୁଆଦିଆ ସହ ସ୍ବାସ୍ଥ୍ୟ ପାଇଁ ହିତକର

କନକବ୍ୟୁରୋ : ଆଜିକାଲି ଯୁବପିଢିଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ । କାହିଁକି ଆଜିକାଲି ବହୁଳ ଭାବରେ ବଢୁଥିବା ସ୍ବାସ୍ଥ୍ୟଗତ ସମସ୍ୟା ସହ ଜଟିଳ ରୋଗ ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ତେଣୁ ଦିନ ଆରମ୍ଭ ଆଗରୁ ଲୋକେ ସୁସ୍ଥ ଜଳଖିଆ ରେ ଦିନ ଆରମ୍ଭ କରିବାକୁ ଭଲ ପାଆନ୍ତି ।  

ତେଣୁ ଦିନ ଆରମ୍ଭ କରିବା ଆଗରୁ ଏମିତି ଏକ ଖାଇବା ରୁ ଦିନ  ଆରମ୍ଭ କରନ୍ତୁ ଯାହା ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ସୁସ୍ଥ ରଖିବ । 
ଏହି ଖାଦ୍ୟ ବିଟରୁଟ୍ ରୁ ତିଆରି ହୋଇଥାଏ । ଯାହାକୁ ଆପଣ ଘରେ ବନେଇପାରିବେ । ବିଟ୍‌ରୁଟ୍ ରୁ ଆପଣ ବନାନ୍ତୁ ଇଡିଲି ।  ଏହା ଏକ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟକର ଏବଂ ରଙ୍ଗିନ ଦକ୍ଷିଣ ଭାରତୀୟ ଖାଦ୍ୟ, ଯାହା ଆଜିକାଲି ଜଳଖିଆ  ପାଇଁ ବହୁତ ଲୋକପ୍ରିୟ ହେଉଛି। ସାଧାରଣ ଇଡିଲି ଠାରୁ ଏହା ଅଲଗା, କାରଣ ଏଥିରେ ବିଟ୍‌ରୁଟ୍‌ର ପୌଷ୍ଟିକତା ଓ ହାଲୁକା ମସଲାର ଚଟପଟା ସ୍ୱାଦ ମିଶିଥାଏ । ଯେଉଁମାନେ ସାଧାରଣ ଜଳଖିଆ ଖାଇ ନିଜକୁ ଅକ୍ଲାନ୍ତ ଭାବନ୍ତି , ସେମାନଙ୍କ ପାଇଁ ବିଟ୍‌ରୁଟ୍ ଇଡିଲି  ଫ୍ରାଇ ଏକ ଶ୍ରେଷ୍ଠ ବିକଳ୍ପ । ଏହା କେବଳ ସ୍ୱାଦରେ  ନୁହେଁ, ଶରୀର ପାଇଁ ମଧ୍ୟ ଅନେକ ଲାଭକାରୀ। 
ବିଟ୍‌ରୁଟ୍‌ରେ ଆୟରନ, ଫୋଲିକ୍ ଏସିଡ୍, ଫାଇବର ଓ ଅନେକ ପ୍ରକାର ଭିଟାମିନ ଥାଏ, ଯାହା ଶରୀରକୁ ଶକ୍ତି ଦେଇଥାଏ  ଏବଂ ରକ୍ତବୃଦ୍ଧିରେ ସହାୟକ ହୁଏ । ଏହି ଖାଦ୍ୟକୁ ଛୋଟ ପିଲାମାନେ ମଧ୍ୟ ଆନନ୍ଦ ସହକାରେ ଖାଇଥାନ୍ତି । 

ଏହି ଖାଦ୍ୟ ବନାଇବା  ପାଇଁ ପ୍ରଥମେ ଚାଉଳ ଓ  ଡାଲିକୁ ଅଲଗା ଭାବରେ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖାଯାଏ । ପରେ ଏହାକୁ ମିଶ୍ରଣ କୁ ଗୋଟିଏ ଘୋଳ ପ୍ରସ୍ତୁତ କରନ୍ତୁ , ପରେ ଏହାକୁ ରାତିସାରା ଫ୍ରିଜ୍ ରେ ରଖନ୍ତୁ ।  ଅନ୍ୟପଟେ ବିଟ୍‌ରୁଟ୍‌ କୁ ଛୋଟ ଛୋଟ  କରି କାଟି  ଏହାକୁ ପେଷ୍ଟରେ ମିଶ୍ରଣ କରନ୍ତୁ  । ମିଶ୍ରଣକୁ  ଭଲ ଭାବରେ ଫୁଲିଗଲା ପରେ ସେଥିରେ ବିଟ୍‌ରୁଟ୍ ପେଷ୍ଟ ଓ ଲୁଣ ମିଶାନ୍ତୁ  । ପରେ ଇଡିଲି ର ଗୋଟିଏ ଘୋଳ ପ୍ରସ୍ତୁତ କରି ରଖିଥିବା ତାକୁ ଏକ ବାସନରେ ସିଝାନ୍ତୁ , ସେହି ବାସନରେ  ତେଲ ଲଗାଇ ସେଥିରେ ମିଶ୍ରଣ  ଭରି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ  । 
। ପରେ ସେହି ଇଡିଲି କୁ  ଛୋଟ ଛୋଟ କରି କାଟି ତାକୁ ତେଲ କିମ୍ବା ଘିଅ ରେ ଭାଜନ୍ତୁ । , ସେଥିରେ ଜିରା ଭୃସଙ୍ଗ ପତ୍ର ପିଆଜ, କଂଚାଲଙ୍କା ଦେଇ ଭାଜନ୍ତୁ ପରେ ସେଥିରେ ହଳଦୀ ଗୁଣ୍ତ , ଲଙ୍କା ଗୁଣ୍ତ , ଆବଶ୍ୟକ ଅନୁସାରେ ଦିଅନ୍ତୁ । ଶେଷରେ ସ୍ବାଦ ବଢାଇବା ପାଇଁ ସେଥିରେ ଘନିଆ ପତ୍ର ପକାନ୍ତୁ 
ଏହି ଖାଦ୍ୟରେ  ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ସ୍ୱାଦ ଓ ସ୍ୱାସ୍ଥ୍ୟର ଏକ ଭଲ ସମନ୍ୱୟ । ଯେଉଁମାନେ କେଲଯୁକ୍ତ ଖାଦ୍ୟରୁ ଦୁରେଇ ରହିବା ପାଇଁ ଚାହାନ୍ତି ସେମାନଙ୍କ ପାଇଁ ଏହା ଏକ ସୁନ୍ଦ ଖାଦ୍ୟ ସହ ସ୍ବାସ୍ଥ୍ୟ ପାଇଁ ଭଲ .,….  

ଘରେ ବନାନ୍ତୁ  ବିଟ୍‌ରୁଟ୍ ର ଏହି ସ୍ବାଦିଷ୍ଟ ଜଳଖିଆ : ସୁଆଦିଆ ସହ ସ୍ବାସ୍ଥ୍ୟ ପାଇଁ ହିତକର

458 fresh enquiries launched, 181 FIRs registered,

Leave a comment

Your email address will not be published. Required fields are marked *