#Local

ମାଲକାନଗିରିରେ ତେଲ ସଙ୍କଟ : ପେଟ୍ରୋଲ ପମ୍ପରେ ‘ନୋ ଷ୍ଟକ’ ବୋର୍ଡ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସଦର ମହକୁମାର ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପ ଏବେ ଅନ୍ଧାର । ସବୁଠି ନୋ ଷ୍ଟକର ବୋର୍ଡ ମାରି ଲାଇଟ୍ ବନ୍ଦ କରି ଋଖିଛନ୍ତି ପମ୍ପ ମାଲିକ । କେବଳ ଗୋଟିଏ ପେଟ୍ରୋଲ ପମ୍ପରେ ତେଲ ଥିବାରୁ ପୁଲିସ ଉପସ୍ଥିତିରେ ତେଲ ବିକ୍ରି ହେଉଛି । ମାତ୍ର ୧୦୦ ଟଙ୍କାର ପେଟ୍ରୋଲ ବାଇକ ପାଇଁ ଏବଂ ଚାରି ଚକିଆ ଯାନ ପାଇଁ ୫୦୦ ଟଙ୍କାର ତେଲ ଦିଆଯାଉଛି । ସେହିପରି ଡିଜେଲ ଯାନ ପାଇଁ ୧୦୦୦ ଟଙ୍କାର ଡିଜେଲ ପ୍ରଦାନ କରାଯାଉଛି । 

ଅଧିକ ପଢ଼ନ୍ତୁ : ଆନ୍ଧ୍ର ପ୍ରଦେଶରେ ୪୨୧ ପେଟ୍ରୋଲ ପମ୍ପ ବନ୍ଦ: ମୁଖ୍ୟମନ୍ତ୍ରୀ ଡାକିଲେ ଅଧିକାରୀଙ୍କ ବୈଠକ

ଅନ୍ୟପଟେ ମାଲାକାନାଗିରିରେ ତେଲ ସଙ୍କଟ ଭିତରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ଡିଜେଲ ନଥିବାରୁ ଜେନେରେଟର ବନ୍ଦ । ଫଳରେ ପ୍ରବଳ ଗରମ  ଯୋଗୁ ୫୦୦୦ ହଜାରରୁ ଉର୍ଦ୍ଧ ବ୍ରୟଲର କୁକୁଡା ମରିଯାଇଛନ୍ତି ।  ପ୍ରାୟ ୧୪ ଲକ୍ଷ ଟଙ୍କାର କୁକୁଡ଼ା ମରିଯିବାରୁ ତାହାକୁ ମାଟିରେ ପୋତି ଦେଇଛନ୍ତି କୁକୁଡା ଚାଷୀ ମନୋଜ ପାଢ଼ି । ସରକାରୀ ଯୋଜନାରେ ମାଲକାନଗିରି ସହର ଉପକଣ୍ଠରେ ଏକ ବିଶାଳ କୁକୁଡ଼ା ଫାର୍ମ କରିଥିଲେ ମନୋଜ ଓ ତାଙ୍କ ବିଟେକ୍ ଝିଅ । ତେବେ ଗତ କାଲି ଅଘୋଷିତ ପାୱାର କଟ୍ ବେଳେ ଡିଜେଲ ଅଭାବ ଯୋଗୁ ଜେନେରେଟର ଚାଲି ପାରି ନଥିଲା । ୫ ହଜାର କୁକୁଡ଼ା ମରିଯାଇଥିବାବେଳେ ଏବେ ବି ୨୨ ଲକ୍ଷ ଟଙ୍କାର ପ୍ରାୟ ୯୦୦୦ କୁକୁଡ଼ାଙ୍କ ଜୀବନ ସଙ୍କଟରେ ।

Leave a comment

Your email address will not be published. Required fields are marked *