ଗରମଠୁ ବଳିଯାଉଛି ଗୁଳୁଗୁଳି , ଭାରି ବାଧୁଛି ଖରା

କନକ ବ୍ୟୁରୋ:କଲବଲ କରୁଛି ଖରା। ତାତି ଯେତିକି ବାଧୁଛି ତାଠୁ ଅଧିକ କଷ୍ଟ ଦେଉଛି ଗୁଳୁଗୁଳି। ବାହାରକୁ ବାହାରିଲେ ଦେହ ହାତ ପୋଡ଼ିଯିବା ଭଳି ଲାଗୁଛି। ପ୍ରବଳ ଗରମ, ଝାଳରେ ସନ୍ତୁଳି ହେଉଛନ୍ତି ଲୋକ। ଖରାର ପ୍ରକୋପ ଏତେ ରହୁଛି ଯେ ସକାଳ ୯ଟା ବାଜିଲେ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡୁଛି। ଚଳିତ ବର୍ଷ ଗରମ ଅପେକ୍ଷା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳିର ପ୍ରଭାବ ଅଧିକ ଅନୁଭବ ହେଉଛି, ଯାହା ସାଧାରଣ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି।
ସେପଟେ ଅନୁଗୁଳ ସହରରେ ବି କଲବଲ କରୁଛି ଖରା। ତତଲା କଡ଼େଇରେ ପରିଣତ ହୋଇଛି ଅନୁଗୁଳ। ଦିନବେଳେ ତାପମାତ୍ରା ୪୩ଡିଗ୍ରି ଉପରକୁ ଯାଇଥିବା ବେଳେ ରାତିରେ ୩୦ରୁ ଖସୁନି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ପ୍ରକୃତିର ଏହି ବିକୃତ ରୂପ ପଛରେ ମନୁଷ୍ୟକୃତ କାରଣ ଦାୟୀ। ବେଆଇନ ଭାବରେ ବ୍ୟାପକ ଗଛକାଟ, ଦ୍ରୁତ ଶିଳ୍ପାୟନ, ସହରୀକରଣ ଏବଂ ଅତ୍ୟଧିକ ଖଣି ଖାଦାନ ଯୋଗୁଁ ବର୍ଷକୁ ବର୍ଷ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ସବୁଜିମା ହ୍ରାସ ପାଇବା ଯୋଗୁଁ ପୃଥିବୀର ତାପମାତ୍ରା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଏହି ଖରାରେ ସାହାରା ଦେଇଛି ଲସି। ଛାଇ ତଳେ ବସି ଲସି ପିଇବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଛି।
ଆହୁରି ପଢ଼ନ୍ତୁ:କବାଟ ବନ୍ଦ କରି ନବୀନ କଲେ ବଡ଼ ପ୍ଲାନ୍ , ଆସନ୍ତା ମାସରେ ଓଡ଼ିଶା ଆସିବେ ମୋଦୀ
English 























































































































































































































































































































































































































































































































































































































































































































































































































































































































































































































































































































