ବାଲିଅନ୍ତା ଭଳି ଚୌଦ୍ବାରରେ ଭିଡ଼ହିଂସା : ପୁଲିସ୍ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

କନକବ୍ୟୁରୋ : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଭିଡ଼ ହିଂସା ଘଟଣା ପରି କଟକ ଜିଲ୍ଲା ଚୌଦ୍ଵାର ଥାନା ଅଂଚଳରେ ଚୋର ସନ୍ଦେହରେ ସଂଘ ବଦ୍ଧ ଆକ୍ରମଣ। ପିଟିପିଟି ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ତିନି ସଂଘବଦ୍ଧ ଆକ୍ରମଣକାରୀଙ୍କୁ କୋର୍ଟ ଚାଲାଣ । ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି ଚୌଦ୍ଵାର ଥାନା ପୁଲିସ । ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା। ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ଵାର ଅଞ୍ଚଳର ରଶ୍ମି ରଂଜନ ଦାସ, ଗୋବିନ୍ଦ ଚନ୍ଦ୍ର ନାୟକ, ଏବଂ ଜଗତସିଂହପୁରର ବିଜୟ କୁମାର ଶୁକ୍ଳା । ଗ୍ୟାରେଜ ଦୋକାନ ନିକଟରେ ବୁଲୁଥିବା ବେଳେ ଚିର ସନ୍ଦେହରେ ଅଭିଯୁକ୍ତ ଜଣକୁ ନିର୍ଦ୍ଧୁମ ଭାବେ ସଂଘବଧ ଆକ୍ରମଣ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା ପରେ ଦରମାର ଅବସ୍ଥାରେ ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲା। ଯାଞ୍ଚ ପରେ ସେ ଚୋରି କରିବାକୁ ଆସିନଥିବା ଜଣ ପଡ଼ିଲା। ସିସିଟିଭି ଆଧାରରେ ଖୋଳତାଡ କରୁଚି ପୁଲିସ ।
English 




























































































































































































































































































































































































































































































































































































































































































































































































































































































































































































































































































































































































































































