#Local

ରୁପା ଆମଦାନୀରେ ରେକର୍ଡ ବୃଦ୍ଧି ପରେ କଟକଣା ଲଗାଇଲେ ସରକାର

କନକ ବ୍ୟୁରୋ : ସୁନା ପରେ ରୁପା ଆମଦାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଏହାର ସ୍ଥିତିକୁ ମାଗଣାରୁ ପ୍ରତିବନ୍ଧିତରେ ପରିବର୍ତ୍ତନ କରିଛନ୍ତି । ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍‌ ଫରେନ୍ ଟ୍ରେଡ୍ ବା ଡିଜିଏଫ୍‌ଟି ଦ୍ବାରା ଏହି ବିଜ୍ଞପ୍ତି ଜାରି ହୋଇଛି । ଏହାଦ୍ବାରା କେତେକ ବର୍ଗର ରୁପା ଆମଦାନୀ ଉପରେ କଟକଣା ଲଗାଯାଇଛି । ଏହି ପଦକ୍ଷେପ ଅତ୍ୟଧିକ ଆମଦାନୀ କଟକଣା, ବିଦେଶୀ ମୁଦ୍ରା ବହିଃପ୍ରବାହ ପରିଚାଳନା ଏବଂ ବାଣିଜ୍ୟର ଉନ୍ନତ ନିରୀକ୍ଷଣ ପାଇଁ ନିଆଯାଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ : ସୁନା, ରୁପା ବଜାରରେ ନିଆଁ, ବଢ଼ିଲା ଆମଦାନୀ ଶୁଳ୍କ, ମହଙ୍ଗା ହେଲା ସୁନା ଓ ରୁପା

ଭାରତ ହେଉଛି ବିଶ୍ବର ଅନ୍ୟତମ ବୃହତ୍ତମ ରୁପା ଆମଦାନୀକାରୀ ଦେଶ । ଗହଣା ଏବଂ ଶିଳ୍ପ କ୍ଷେତ୍ର ପାଇଁ ରୁପା ଆମଦାନୀ କରାଯାଉଛି । ୨୦୨୪ ମସିହାରେ ରୁପା ଆମଦାନୀ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । ସେହିବର୍ଷ ଭାରତ ପ୍ରାୟ ୭ ହଜାର ୫୦୦ରୁ ୭ ହଜାର ୭୦୦ ମେଟ୍ରିକ ଟନ୍ ରୁପା ଆମଦାନୀ କରିଥିଲା । ୨୦୨୫ ମସିହାରେ ମଧ୍ୟ ଭାରତ ପ୍ରାୟ ୫ହଜାର ୫୦୦ରୁ ୭ ହଜାର ମେଟ୍ରିକ ଟନ୍ ରୁପା ଆମଦାନୀ କରିଥିଲା ।  

Leave a comment

Your email address will not be published. Required fields are marked *