ଭୋଜଶାଳା ବିବାଦ: ମଧ୍ୟପ୍ରଦେଶ ହାଇକୋର୍ଟ କହିଲେ ଏହା ବାଗ୍ଦେବୀ ମନ୍ଦିର

କନକ ବ୍ୟୁରୋ: ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଧାର୍ରେ ଥିବା ଭୋଜଶାଳା ମନ୍ଦିର-କମାଲ ମୌଲା ମସଜିଦ୍ ପରିସର ବିବାଦରେ ଐତିହାସିକ ରାୟ ଦେଇଛନ୍ତି । ବିବାଦୀୟ ଭୋଜଶାଳା ପରିସରକୁ ମଧ୍ୟପ୍ରଦେଶ ହାଇକୋର୍ଟ ଦେବୀ ସରସ୍ୱତୀଙ୍କ ମନ୍ଦିର ବୋଲି ରାୟ ଦେଇଛନ୍ତି। ଜଷ୍ଟିସ ବିଜୟ କୁମାର ଶୁଳ୍କା ଓ ଆଲୋକ ଅବସ୍ଥିଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ମୁସଲମାନ ପକ୍ଷର ଦାବିକୁ ଖାରଜ କରି କହିଛନ୍ତି ଯେ, ଭୋଜଶାଳା ପରିସରର ସ୍ଥାନଟିର ଧାର୍ମିକ ଚରିତ୍ର ବାଗଦେବୀ ସରସ୍ବତୀଙ୍କ ମନ୍ଦିର ବୋଲି କହିଛନ୍ତି ।
କୋର୍ଟ କହିଛନ୍ତି ମୁସଲିମ ସମ୍ପ୍ରଦାୟ ଏକ ମସଜିଦ ନିର୍ମାଣ ପାଇଁ ଜିଲ୍ଲାରେ ପୃଥକ ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଯାଇପାରିବେ। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ବିବାଦୀୟ ଭୋଜଶାଳା-କମଲ ମୌଲା ମସଜିଦ ସ୍ଥଳ ୧୯୫୮ ଆଇନ ଅନୁଯାୟୀ ଏକ ସଂରକ୍ଷିତ ସ୍ମାରକୀ । ଖଣ୍ଡପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଉପରେ ନିର୍ଭର କରିବାକୁ ମଧ୍ୟ ମନା କରିଦେଇଥିଲେ ମଧ୍ୟ ଏଏସ୍ଆଇ ସ୍ମାରକୀର ସଂରକ୍ଷଣ ଓ ତଦାରଖ କ୍ଷମତା ବଜାୟ ରଖିବ ବୋଲି କହିଛନ୍ତି ।
English 






































































































































































































































































































































































































