#Local

ୟୁଏଇର ଆଣବିକ କେନ୍ଦ୍ର ଉପରେ ଡ୍ରୋନ୍‌ ଆକ୍ରମଣ , ମଧ୍ୟପ୍ରାଚ୍ୟରେ ବଢ଼ିଲା ଉତ୍ତେଜନା

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଯଦିଓ ଇରାନ ଓ ଆମେରିକା ମଧ୍ୟରେ ସାମୟିକ ଅସ୍ତ୍ରବିରତି ଚାଲିଛି, ହେଲେ ଏହାରି ଭିତରେ ବି ଆକ୍ରମଣ ହେଉଛି । ୟୁଏଇର ଏକ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି । ୟୁଏଇର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ରୋନ୍‌ ଆକ୍ରମଣ ହୋଇଛି । ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌ ଜେନେରେଟର ଜଳିଯାଇଛି । ଇରାନ ଓ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଚାଲିଥିବା ବେଳେ ଏହି ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ତେବେ ଆକ୍ରମଣ ପାଇଁ କୌଣସି ଦେଶ କିମ୍ବା ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ଅଧିକ ପଢ଼ନ୍ତୁ : ଚୀନ୍ ଗସ୍ତ ପରେ ଟ୍ରମ୍ପଙ୍କ ବଡ଼ ଦାବି , ୯,୫୦୦ ମାଇଲ ଦୂରରେ ଆଉ ଏକ ଯୁଦ୍ଧ ଆମେ ଚାହୁଁନୁ

ଆକ୍ରମଣ ଯୋଗୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବାବେଳେ କେହି ଆହତ ହୋଇ ନ ଥିବା ଆବୁଧାବି କର୍ତ୍ତୃପକ୍ଷ କହିଛନ୍ତି । ତେବେ ଇରାନ ଡ୍ରୋନ୍‌ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଯୁଦ୍ଧ ଆରମ୍ଭ ହେବା ପରଠୁ ଇରାନ ମଧ୍ରପ୍ରାଚ୍ୟର ବିଭିନ୍ନ ଦେଶକୁ ଆକ୍ରମଣ କରିଛି । ହେଲେ ସବୁଠୁ ଅଧିକ ଆକ୍ରମଣର ଶିକାର ହୋଇଛି ୟୁଏଇ । ଇସ୍ରାଏଲ ଏହାର କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା ଆଇରନ୍‌ ଡୋମ୍‌କୁ ମଧ୍ୟ ୟୁଏଇରେ ମୁତୟନ କରିଛି । ସେପଟେ ଲେବାନନରେ ହିଜବୁଲ୍ଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଇସ୍ରାଏଲ । 

Leave a comment

Your email address will not be published. Required fields are marked *