କ୍ରିକେଟ ଖେଳୁଥିବାବେଳେ ଟଳି ପଡ଼ିଲେ ଯୁବ ଖେଳାଳି , ଡାକ୍ତରଖାନାରେ ମୃତ ଘୋଷଣା

କନକ ବ୍ୟୁରୋ : କ୍ରିକେଟ ଖେଳିବା ବେଳେ ପଡ଼ିଆରେ ଟଳି ପଡ଼ିଲେ ଯୁବ କ୍ରିକେଟ ଖେଳାଳି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ବଡ଼ସଡ଼ା ଗାଁରେ ଘଟିଛି ଏହି ଅଘଟଣ । ଆଜି ସନ୍ଧ୍ୟା ୫ଟା ବେଳେ ବଡ଼ସଡ଼ା ଗାଁରେ ଯୁବକ ସବୁଜ ବଳୟ ପ୍ରଧାନ ବ୍ୟାଟିଂ କରୁଥିଲେ । ଖେଳିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ସେ ତଳେ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ଖମାର ଡାକ୍ତରଖାନାକୁ ନିଆଯାଇଥିଲା ।
ଅଧିକ ପଢ଼ନ୍ତୁ : ଅନୁଗୋଳରେ ଅଘଟଣ , ନାତୁଣୀକୁ ବଞ୍ଚାଇବାକୁ ଯାଇ ଅଜା ହାରିଲେ ଜୀବନ
ସେଠାରେ ଡାକ୍ତର ଯୁବ କ୍ରିକେଟ ଖେଳାଳିଙ୍କୁ ମୃତ ଘୋଷଣା କରିଛନ୍ତି । ଖମାର ପୁଲିସ୍ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ପାଲଲହଡ଼ା ଖମାର ଅଞ୍ଚଳରେ ଯୁବ କ୍ରିକେଟ ଖେଳାଳିଙ୍କ ଆକସ୍ମିକ ମୃତ୍ୟୁକୁ ଶୋକର ଛାୟା ଖେଳିଯାଇଛି ।
English 



















































































































































































































































































































































































































































































































































































































































































































































































































































































































































































































