#Local

୩୦ ମେ’ ରୁ ଓଡ଼ିଶାରେ ଏସ୍‌ଆଇଆର୍; ୨୮ ଜୁନ୍ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରିବେ ବିଏଲ୍‌ଓ

କନକ ବ୍ୟୁରୋ : ମେ’ ୩୦ରୁ ଓଡ଼ିଶାରେ ଏସଆଇଆର । ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଏସଆଇଆର । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି ।

ଅଧିକ ପଢ଼ନ୍ତୁ : ୨ ବର୍ଷ ପୂର୍ତ୍ତି ପାଳନ କରିବେ ମୋହନ ସରକାର; ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ

ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ୍ ଦେଇ ଏହି ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିବ । ଏହି ତିନିଟି ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଏବଂ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଅଲଗା ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ ।

୩୦ ମେ’ ରୁ ଓଡ଼ିଶାରେ ଏସ୍‌ଆଇଆର୍; ୨୮ ଜୁନ୍ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରିବେ ବିଏଲ୍‌ଓ

Play-off final may be delayed by Spygate

Leave a comment

Your email address will not be published. Required fields are marked *