#Local

ଜମିବାଡ଼ି ବିବାଦରେ ରକ୍ତରଞ୍ଜିତ କାଣ୍ଡ, ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ

କନକ ବ୍ୟୁରୋ : ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ । ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଜମିବାଡ଼ି ବିବାଦକୁ ନେଇ ବଡ଼ଭାଈ ଓ ତାଙ୍କ ପୁଅ ଆକ୍ରମଣରେ ସାନଭାଈ ଗୋଲେଖ ଚନ୍ଦ୍ର ନାଉରିଙ୍କ ମୃତ୍ୟୁ ହୋଇଛି ।

ଅଧିକ ପଢ଼ନ୍ତୁ : କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ , ରାଜଧାନୀରେ ବୁଲିଲା ଖଣ୍ଡା

ତାଙ୍କ ସାନ ଭାଇ ନାରାୟଣ ନାଉରି ଗୁରୁତର ଆହତ ହୋଇଛନ୍ତି । ଜମିରେ ମାଟି ପକାଇବାକୁ ନେଇ ଏହି ଗଣ୍ଡଗୋଳ ଘଟିଥିଲା । ପରିବାର ଲୋକେ ଗୋଲେଖ ଚନ୍ଦ୍ର ନାଉରିଙ୍କୁ ପ୍ରଥମେ ମହାକାଳପଡ଼ା ମେଡିକାଲ ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । 

ଜମିବାଡ଼ି ବିବାଦରେ ରକ୍ତରଞ୍ଜିତ କାଣ୍ଡ, ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ

Petrol Price Up By ₹3, Diesel By

Leave a comment

Your email address will not be published. Required fields are marked *