ଅନୁଗୁଳରେ ହାତୀ ଆକ୍ରମଣରେ ଘର ଭାଙ୍ଗି ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଗଲା ଜୀବନ । ଅନୁଗୁଳରେ ବଢ଼ିଗଲାଣି ହାତୀ ଉପଦ୍ରବ । ବନ୍ତଳା ରେଞ୍ଜ ଗଡ଼ତଳମୂଳ ଗାଁରେ ମଧ୍ୟରାତ୍ରରେ ଗାଁରେ ପଶି ଘର ଭାଙ୍ଗିଛି ହାତୀ । ଆଉ କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସୂଚନା ଅନୁଯାୟୀ, ଗତକାଲି ଏକ ବଣୁଆ ହାତୀ ଗଡ଼ତଳମୂଳ ଗ୍ରାମରେ ପଶି ଆର୍ତ୍ତ ଭୋଇଙ୍କ ଘର ଉପରେ ଆକ୍ରମଣ କରିଥିଲା । ହାତୀଟି ଘରର କାନ୍ଥକୁ ଭାଙ୍ଗି ଦେଇଥିବାବେଳେ ଘର ଭିତରେ ଶୋଇଥିବା ଆର୍ତ୍ତଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।
ଅଧିକ ପଢ଼ନ୍ତୁ : ଟ୍ରେଞ୍ଚ ଭିତରେ ଖସି ପଡ଼ିଲା ହାତୀ ଛୁଆ , ଉଦ୍ଧାର କାର୍ଯ୍ୟ ଜାରି
ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ତୁରନ୍ତ ଅନଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଛି। ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
English 














































































































































































































































































































