ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ , ଚାରି ଦିନ ଚାଲିବ ଉଚ୍ଛେଦ ପ୍ରକ୍ରିୟା

କନକ ବ୍ୟୁରୋ : ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଆଲାଣ୍ଡ ପାଟଣା ଗାଁ ପାଖ କଙ୍କଡ଼ା ଗଡ଼ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଚାରି ଦିନ ଧରି ଉଚ୍ଛେଦ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ଜଳେଶ୍ୱରରେ ଜୋର ଧରିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ; ସିଂଲା ବଜାରରେ ଭଙ୍ଗାରୁଜା ଦେଖି ଛାନିଆ ସ୍ଥାନୀୟ ବ୍ୟବସାୟୀ
ଆଇନ ଶୃଙ୍ଖଳା ପାଇଁ ଘଟଣା ସ୍ଥଳରେ କୃଷ୍ଣପ୍ରସାଦ ତହସିଲଦାର , ଆଇଆଇସି ଉପସ୍ଥିତ ଅଛନ୍ତି । ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଚିଲିକାରୁ ପାଖା ପାଖି ୭୫୦ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯିବା ନେଇ କୃଷ୍ଣପ୍ରସାଦ ତହସିଲିଦାର ସୂଚନା ଦେଇଛନ୍ତି ।
English 










































































































































































































































































































































































































































































































































































































































































































































































































































































































































































































































