ଚିଲିକା ଟାପୁରେ ଫଶିଲେ ମତ୍ସ୍ୟଜୀବୀ, ଡିଜେଲ ଅଭାବରୁ ଚିଲିକା ମଝିରେ ଫସିଛନ୍ତି ମତ୍ସ୍ୟଜୀବୀ

କନକ ବ୍ୟୁରୋ:ଚିଲିକା ଟାପୁରେ ଫଶିଲେ ମତ୍ସ୍ୟଜୀବୀ। କଣାସ ଅଞ୍ଚଳର ଅନେକ ଡଙ୍ଗା ସହିତ ମତ୍ସ୍ୟଜୀବୀ ଡିଜେଲ ଅଭାବରୁ ଚିଲିକା ମଝିରେ ଫସିଛନ୍ତି। ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଛନ୍ତି ମତ୍ସ୍ୟଜୀବୀ। ସୂଚନା ଅନୁଯାୟୀ, କଣାସ ଜାଗୁଳାଇ ପଦର ଠାରୁ ୮ କିମି ଦୁରରେ ଥିବା ଦୟା ନଦୀ ମୁହାଁଣରେ ଵି ଏକାଧିକ ଡ଼ଙ୍ଗା ତେଲ ଅଭାବରୁ ନଦୀ କୁଳରେ ଲାଗି ରହିଛି! ଏପଟେ ଚିଲିକା ଭିତରେ କଣାସ ଅଞ୍ଚକରୁ ପ୍ରାୟ ୪୦ ଟି ଡ଼ଙ୍ଗା ଓ ସେଥିରେ କାମ କରୁଥିବା ୧୦୦ ରୁ ଅଧିକ ମସ୍ୟଜୀବୀ ଏବେ ଚିନ୍ତାରେ। ତେଲ ଶେଷ ହୋଇଯାଇଥିବା ଚିଲିକା ମଝିରୁ ଆସି ପାରୁନଥିବା ନେଇ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ମତ୍ସ୍ୟଜୀବୀ।
ଆହୁରି ପଢ଼ନ୍ତୁ:ବାଲେନ ଶାହଙ୍କ ସରକାରଙ୍କୁ ସୁପ୍ରିମକୋର୍ଟର ଝଟକା : ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ
English 



















































































































































































































































































































































































































































































































































































