#Local

ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ ;ଡ୍ରୋନ୍‌ ମାଡ଼ରେ ଚାଲିଗଲା ଜୀବନ

କନକ ବ୍ୟୁରୋ : ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ । ଡ୍ରୋନ୍ ମାଡରେ ଚାଲିଗଲା ଜୀବନ । ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଜଣଙ୍କ ହେଲେ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମୟା । ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଋଷ ର ଏକ କମ୍ପାନୀ କାମ କରୁଥିଲେ । ଏକ ମାସରୁ ଅଧିକ ସମୟ ଧରି ଋଷରେ ଘରୋଇ କମ୍ପାନିରେ କାମ କରୁଥିଲେ । ଶନିବାର ରାତିରେ କମ୍ପାନିରେ କାମ କରୁଥିବାବେଳେ ଡ୍ରୋନ୍ ମାଡ଼ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଅନେକ ଯୁବକ କମ୍ପାନୀ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତର ନିକଟସ୍ତ ମେଡ଼ିକାଲ ଭର୍ତ୍ତି କରାଯାଇଥିଲା । ମାତ୍ର ଏ. ରାମେୟା ମୃତ୍ୟୁ ହୋଇଛି । 

ଘରର ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ପରିବାର ଭାଙ୍ଗି ପଡିଛନ୍ତି । କିଭଳି ଶବ ପରିବାର ପାଖରେ ପହଞ୍ଚି ପାରିବ ତା ସହିତ ଆର୍ଥିକ ସହାୟତା ମିଳିବ, ସେନେଇ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି ପରିବାର । ଏନେଇ ଗଞ୍ଜାମ ଜିଲ୍ଲାପାଲ ଭି କୀର୍ତ୍ତି ଭାସନ୍ କହିଛନ୍ତି ଦିଲ୍ଲୀ କମିଶନର ଙ୍କ ସହ ଯୋଗାଯୋଗରେ ଅଛୁ । ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଛି । ମୃତଦେହ ଆଣିବାକୁ ଚେଷ୍ଟା ଚାଲିଛି । 

ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ ;ଡ୍ରୋନ୍‌ ମାଡ଼ରେ ଚାଲିଗଲା ଜୀବନ

Strike over high fuel prices paralyses transport

ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ ;ଡ୍ରୋନ୍‌ ମାଡ଼ରେ ଚାଲିଗଲା ଜୀବନ

22 Urban local bodies raised over Rs

Leave a comment

Your email address will not be published. Required fields are marked *