ସୋସିଆଲ ମିଡିଆରୁ ଆରମ୍ଭ ପ୍ରେମ , ଶେଷରେ ବିବାହ ବେଦୀ ପର୍ଯ୍ୟନ୍ତ ପହଞ୍ଚିଲା କାହାଣୀ

କନକ ବ୍ୟୁରୋ : ପ୍ରେମ ମାନେନି ସୀମା ସହୋଦର ମାନେନି ଜାତିପ୍ରଥା । ସମାଜିକ ଗଣମାଧ୍ୟମରୁ ଆରମ୍ଭ ଏହି ପ୍ରେମ କାହାଣୀ ବାହା ବେଦୀ ପର୍ଯ୍ୟନ୍ତ ପହଂଚିଛି । ନବରଙ୍ଗପୁର ଜିଲ୍ଲାଠାରେ ଦେଖିବାକୁ ମିଳିଛି ନିଆରା ବାହାଘର ଜଣେ ଯୁବକ ବାହା ହୋଇଛନ୍ତି କିନ୍ନର ଯୁବତୀଙ୍କୁ ।
ଅଧିକ ପଢ଼ନ୍ତୁ : ଖବର ବାଜିଲା, ଜାତିପ୍ରଥା ପରମ୍ପରାରେ ପୂର୍ଣ୍ଣଛେଦ ପଡ଼ିଲା : ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର
ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ତିର୍ତୋଲ ଅଂଚଳର ସତ୍ୟଜିତ ଆଚାର୍ଯ୍ୟ ଦୁଇ ବର୍ଷ ତଳେ ସାମାଜିକ ଗଣ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର କିନ୍ନର ଶିବାନୀ ସାହୁଙ୍କୁ ବନ୍ଧୁତ୍ୱ ଆରମ୍ଭ କରିଥିଲେ ସମୟ ଗଡ଼ିବା ସହ ବନ୍ଧୁତ୍ୱ ପ୍ରେମରେ ପରିଣତ ହେଲା ଦୀର୍ଘ ଦୁଇ ବର୍ଷର ପ୍ରେମ ପରେ ବିବାହ କରିଛନ୍ତି ।
English 




































































































































































































































































































































