ସୁନା ବଜାରରେ ବଡ଼ ଝଟକା , ଖସିଲା ସୁନା ଦର

କନକ ବ୍ୟୁରୋ : ଖସିଲା ସୁନା ଦର । ସପ୍ତାହରୁ ଅଧିକ ସମୟ ପରେ ସର୍ବନିମ୍ନ ସ୍ତରକୁ ଖସିଲା ସୁନା ମୂଲ୍ୟ । ଯୁକ୍ତରାଷ୍ଟ୍ରର ଟ୍ରେଜରୀର ସୁଧ ହାର ଏବଂ ଡଲାରର ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ସୁନା ଦର ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିବାରୁ ମୂଲ୍ୟବୃଦ୍ଧି ଆଶଙ୍କା ବଢ଼ିଥିବାରୁ ଉଚ୍ଚ ସୁଧ ହାର ପାଇଁ ବୁକ୍ ବଢ଼ିଛି । ସ୍ପଟ୍ ସୁନାର ମୂଲ୍ୟ ୨ ଦଶିମ ୬ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ପିଛା ୪ ହଜାର ୫୨୮ ଡଲାଇ ଛୁଇଁଛି । ଯାହା ମେ ୫ ତାରିଖ ପରେ ସୁନାର ସର୍ବନିମ୍ନ ଦର ।
ଅଧିକ ପଢ଼ନ୍ତୁ : ସଙ୍କଟ ପୂର୍ବରୁ ସତର୍କ; ମୋଦୀଙ୍କ ବଡ଼ ଆହ୍ୱାନ, ବର୍ଷେ ଯାଏଁ ସୁନା କିଣନି
ଏହି ସପ୍ତାହରେ ସୁନାର ମୂଲ୍ୟ ସର୍ବମୋଟ ୪ ପ୍ରତିଶତ ହ୍ରାସ ପାଇଛି । ସେହିପରି ଏମସିଏକ୍ସ ରୂପା ଫ୍ୟୁଚର୍ସ ତୀବ୍ ହ୍ରାସ ପାଇଛି । ରୂପା ୫.୫୬ ପ୍ରତିଶତ ଖସି ପ୍ରତି କିଲୋଗ୍ରାମ୍ ପିଛା ୨ ଲକ୍ଷ ୭୪ ହଜାର ୯୦୩ ଟଙ୍କା ହୋଇଛି । ଡଲାର ମଜବୁତ୍ ହେବା ଏବଂ କ୍ରୁଡ୍ ତେଲର ମୂଲ୍ୟ ବଢ଼ିବାରୁ ଏମସିଏକ୍ସ ସୁନା ପ୍ରାୟ ୩,୦୦୦ ହ୍ରାସ ପାଇ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ୧ ଲକ୍ଷ ୫୯ ହଜାର ୭୦ଟଙ୍କାକୁ ଖସିଛି ।
English 

















































































































































































































































































































































































































































































































































































































































































































































































