ଭିଏତନାମ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ : ବ୍ରହ୍ମୋସକୁ ନେଇ ହୋଇପାରେ ବଡ଼ ଡିଲ୍

କନକବ୍ୟୁରୋ : ଭିଏତନାମ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦିନିଆ ଗସ୍ତ ଅବସରରେ ଭିଏତନାମ ସହ ଭାରତର ସଂପର୍କକୁ ଆହୁରି ଦୃଢ କରିବା ମୂଳ ଉଦ୍ଦେଶ୍ୟ । ଗସ୍ତ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିଏତନାମରେ ରହି ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ବୈଠକରେ ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀ ଫାନ ୱାନ ଜିଆଙ୍ଗ୍ ଙ୍କ ସହ ରାଜନାଥ ସୈନ୍ୟ ସହଯୋଗ, ପ୍ରତିରକ୍ଷା ସାମଗ୍ରୀର ସହାୟତା ଆଦାନ ପ୍ରଦାନ, ସାମୁଦ୍ରିକ ସହଯୋଗ ସହ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଉପରେ ଚର୍ଚ୍ଚା କରିବେ । ରାଜନାଥ ଓ ଫାନ ୱାନ ଜିଆଙ୍ଗ ପ୍ରତିରକ୍ଷା ସହଯୋଗ, ସାମରିକ ରଣନୀତି ଉପରେ ଆଲୋଚନା କରିବା କାର୍ଯ୍ୟସୂଚୀ ରହିଛି । ଭିଏତନାମ ଓ ଭାରତର ସଂପର୍କର ୧୦ପୂର୍ତ୍ତି ଅବସରରେ ଦୁଇ ଦିନିଆ ଗସ୍ତରେ ରାଜନାଥ ଯାଉଥିବାରୁ ଉଭୟ ବ୍ୟବସାୟିକ ଓ ସାମରିକ ନେଇ ବଡ଼ ଚୁକ୍ତି ହେବା ଆଶା କରାଯାଉଛି ।
ଦୁଇ ଦିନିଆ ଭିଏତନାମ ଗସ୍ତ ସାରି ରାଜନାଥ ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ଗସ୍ତ ଅବସରରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ଏଜେନ୍ସି ମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହାଛଡ଼ା ଇଣ୍ଡିଆ-କୋରିଆ ବିଜନେସ ରାଉଣ୍ଡ ଟେବୁଲ ବୈଠକରେ ଅଧ୍ୟକ୍ଷତା କରିବେ ରାଜନାଥ ସିଂହ ।
‘ବ୍ରହ୍ମୋସ’କୁ ନେଇ ବଡ଼ ଡିଲ୍
ଭିଏତନାମ ସହ ବ୍ରହ୍ମୋସ ମିସାଇଲକୁ ନେଇ ବଡ଼ ଡିଲ୍ ହୋଇପାରେ
ଗସ୍ତର ମୂଳ ଉଦ୍ଦେଶ୍ୟ ସୁପର ସୋନିକ ବ୍ରହ୍ମୋସ ମିସାଇଲ ବିକ୍ରି ପାଇଁ ଚୁକ୍ତି!
ଏହି କ୍ଷେପଣାସ୍ତ୍ର ଭାରତ ଓ ରୁଷ ମିଳିତ ଭାବେ ତିଆରି କରିଛନ୍ତି
ବ୍ରହ୍ମୋସ ଡିଲକୁ ନେଇ ବହୁ ବର୍ଷ ହେଲେ ଚର୍ଚ୍ଚା ହୋଇ ଆସୁଛି
ଭିଏତନାମ ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ ଏହି ଚର୍ଚ୍ଚା ବଢ଼ିଛି
ବ୍ରହ୍ମୋସକୁ ନେଇ ଚୁକ୍ତି ଏବେ ଅନ୍ତିମ ଚରଣ ଛୁଇଁଥିବା କୁହାଯାଉଛି
ଭିଏତନାମକୁ ୫,୮୦୦ କୋଟିରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି କରିପାରେ ଭାରତ
ଚୁକ୍ତି ସ୍ୱାକ୍ଷର ହେଲେ ଭିଏତନାମ ବ୍ରହ୍ମୋସ କିଣିଥିବା ତୃତୀୟ ରାଷ୍ଟ୍ର ହେବ
ପୂର୍ବରୁ ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଭାରତଠୁ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିଛନ୍ତି
୨୦୨୨ରେ ଫିଲିପାଇନ୍ସ ୩୭୫ ମିଲିୟନ ଡଲାରର ଡିଲ କରିଥିଲା
୨୦୨୬ ଇଣ୍ଡୋନେସିଆ ୩୪୦ମିଲିୟନରୁ ଅଧିକ ଡଲାର ପାଇଁ ଚୁକ୍ତି କରିଛି
—
English 














































































































































































































































































































































































































































































































































































































































































































































































































































































































































































































































































