#Local

ସ୍କର୍ପିଓ-ଆମ୍ବୁଲାନ୍ସ ମୁହାଁମୁହିଁ , ୪ ଆହତ

କନକ ବ୍ୟୁରୋ : ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ କାକୁଡ଼ିଆ ଛକ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ସ୍କର୍ପିଓ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଶିଶୁ ସମେତ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହାତୀଓଟ ଅଞ୍ଚଳରୁ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ସେହି ରାସ୍ତାରେ ଥିବାବେଳେ ହଠାତ୍ ସାମ୍ନାପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ସହିତ ଭୟଙ୍କର ଧକ୍କା ହୋଇଥିଲା । ଧକ୍କାର ତୀବ୍ରତା ଏତେ ଜୋରଦାର ଥିଲା ଯେ ଦୁଇଟି ଗାଡ଼ି ମଧ୍ୟ ଭାରି କ୍ଷତିଗ୍ରସ୍ତ ହୋଇପଡ଼ିଛି । ଦୁର୍ଘଟଣା ପରେ ଚାରିପାଖରେ ଚିତ୍କାର ଓ ଆତଙ୍କ ଦେଖାଦେଇଥିଲା ।

ଅଧିକ ପଢ଼ନ୍ତୁ : ଭୟଙ୍କର ସଡ଼କ ଦୁର୍ଘଟଣା , ବାଇକ ଚାଳକଙ୍କ ମୃତ୍ୟୁ

 ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆହତମାନଙ୍କୁ ଗାଡ଼ିରୁ ବାହାର କରି ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଇଥିଲେ । ଖବର ପାଇ ପୋଲସରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଯାତାୟାତ ସ୍ୱାଭାବିକ କରିବା ସହ ଦୁର୍ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ଦ୍ରୁତଗତି ଓ ଅସାବଧାନତା ଏହି ଦୁର୍ଘଟଣାର ପ୍ରଧାନ କାରଣ ହୋଇପାରେ ବୋଲି ପ୍ରାଥମିକ ସନ୍ଦେହ କରାଯାଉଛି ।

ସ୍କର୍ପିଓ-ଆମ୍ବୁଲାନ୍ସ ମୁହାଁମୁହିଁ , ୪ ଆହତ

Special NCC National Integration Camp (SNIC) Begins

ସ୍କର୍ପିଓ-ଆମ୍ବୁଲାନ୍ସ ମୁହାଁମୁହିଁ , ୪ ଆହତ

Indore High Court Verdict Expected Today In

Leave a comment

Your email address will not be published. Required fields are marked *