#Local

କାଳିଆ ପ୍ରେମରେ କାର୍ତ୍ତିକ, ୧୫ ବର୍ଷ ବୟସରୁ କରୁଛନ୍ତି ରଥ କାମ

କନକ ବ୍ୟୁରୋ:ରାଜାଧିରାଜ ମହାପ୍ରଭୁ ଜଗନ୍ନାଥ। ତାଙ୍କ ପାଇଁ ସେବା ଖଞ୍ଜା ଓ ସେବକ ଖଞ୍ଜା। ଶ୍ରୀମନ୍ଦିର ଭିତରେ ଯେମିତି ବିଭିନ୍ନ ସେବା, ସେବକ ରହି ଆସିଛନ୍ତି। ବାହାରେ ରଥ ନିର୍ମାଣ ପାଇଁ ସେମିତି ୭ ବର୍ଗର ସେବକ ଅଛନ୍ତି। ତନ୍ମଧ୍ୟରୁ ଭୋଇ ସେବାୟତ ଅନ୍ୟତମ। ଆଉ ଭୋଇ ସେବାୟତମାନଙ୍କ ସମର୍ପଣ ଭିତରେ ଏମିତି ଜଣେ ସମର୍ପିତ ସେବକ ହେଉଛନ୍ତି କାର୍ତ୍ତିକ ଭୋଇ। ବୟସ ୭୨ ରୁ ଅଧିକ। ହେଲେ ଏବେ ବି ଯୁବକତ୍ୱ ରହିଛି। ଦେହରେ ଅସୀମ ବଳ। ମହାପ୍ରଭୁଙ୍କ ସେବା ଆଗରେ ହାର୍ ମାନିଛି ବୟସ।

ସକାଳ ହେଲେ ରଥଚାଳି ଯିବାକୁ ମନ ଉଚ୍ଛନ୍ନ ହୁଏ। ବୟସର ଅପରାହ୍ନରେ ଆଜି ବି ବଡ଼ ବଡ଼ କାଠ ଗଣ୍ଡି ବୋହିଥାନ୍ତି କାର୍ତ୍ତିକ। ତାଙ୍କ ହସ ଟିକକ ଦେଖିଲେ ଲାଗେ ସତେ ଯେମିତି ଏବେ ବି ସେ ଯୁବକ ଅଛନ୍ତି। ଆଉ ତାଙ୍କ ବାହୁବଳି କାର୍ୟ୍ୟରେ ଚଳଚଞ୍ଚଳ ହୋଇଉଠେ ରଥ ଖଳା। ୧୫ ବର୍ଷ ବୟସରୁ ଆଜି ପର୍ୟ୍ୟନ୍ତ ମହାପ୍ରଭୁଙ୍କ ସେବା କରୁଛନ୍ତି କାର୍ତ୍ତିକ ଭୋଇ। ସରକାରୀ ଚାକିରି ବି କରିଥିଲେ କାର୍ତ୍ତିକ ଭୋଇ। ଚାକିରି ସମୟରେ ଛୁଟି ନେଇ ଆସୁଥିଲେ କାଳିଆ ପାଇଁ। ଆଜି ବି ଜାରି ରହିଛି ମହାପ୍ରଭୁଙ୍କ କାମ। ମଲା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ସେବା କରୁଥିବେ ବୋଲି କୁହନ୍ତି ଭୋଇ ସେବାୟତ।

ଆହୁରି ପଢ଼ନ୍ତୁ:କବାଟ ବନ୍ଦ କରି ନବୀନ କଲେ ବଡ଼ ପ୍ଲାନ୍ , ଆସନ୍ତା ମାସରେ ଓଡ଼ିଶା ଆସିବେ ମୋଦୀ

 

କାଳିଆ ପ୍ରେମରେ କାର୍ତ୍ତିକ, ୧୫ ବର୍ଷ ବୟସରୁ କରୁଛନ୍ତି ରଥ କାମ

RTI Act no longer applies to BCCI

କାଳିଆ ପ୍ରେମରେ କାର୍ତ୍ତିକ, ୧୫ ବର୍ଷ ବୟସରୁ କରୁଛନ୍ତି ରଥ କାମ

Shakira wins £50m tax refund from Spanish

Leave a comment

Your email address will not be published. Required fields are marked *