ପଞ୍ଚାୟତ ଓ ପୌର ପାଇଁ ପାଗ ଭିଡ଼ିଲା ବିଜେପି; ମନ୍ତ୍ର ଦେଲେ ମୁଖିଆ, ଫୋକସ୍ରେ ସଙ୍ଗଠନ

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ ଓଡ଼ିଶା ଗସ୍ତରେ ଆସି ସଙ୍ଗଠନକୁ ସୁଦୃଢ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ରଣା । ଏହାସହ ସରକାରଙ୍କ ଯୋଜନାକୁ ଘରେ ଘରେ ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବାକୁ ବୁଥ୍ ସ୍ତରର କର୍ମୀଙ୍କୁ ମିଳିଛି ଟାସ୍କ । ନୂଆ ଓ ପୁରୁଣା କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢିବାକୁ ମିଳିଛି ନିର୍ଦ୍ଦେଶ । କାରଣ ବିଜେପି ଫୋକସରେ ପଞ୍ଚାୟତ ଓ ପୌର ପରୀକ୍ଷା ।
ପଞ୍ଚାୟତ ନିର୍ବାଚନକୁ ଆଉ ମାସ କେଇଟା ବାକି ଅଛି । ହେଲେ ଏହାପୂର୍ବରୁ ସଙ୍ଗଠନକୁ ସୁଦୃଢ କରିବାକୁ ପ୍ରସ୍ତୁତିକୁ ଜୋରଦାର କଲାଣି ଶାସକ ବିଜେପି । ଆଉ ଏହି ପ୍ରସ୍ତୁତିକୁ ଅଧିକ ବଳ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖିଆ ନୀତିନ ନବୀନ । ଓଡ଼ିଶା ଗସ୍ତରେ ଆସି ତୃଣମୂଳସ୍ତରର ସଙ୍ଗଠନ ସୁଦୃଢ କରିବାକୁ ମନ୍ତ୍ର ଫୁଙ୍କିଛନ୍ତି । ସରକାର, ସଙ୍ଗଠନ, ସମନ୍ୱୟ । ଏହି ୩ ସୂତ୍ରକୁ ଧରି ଆଗକୁ ବଢିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ମନ୍ତ୍ରୀ, ବିଧାୟକ, ସାଂସଦ, ଦଳୀୟ ନେତାଙ୍କୁ ବାଣ୍ଟିଛନ୍ତି ଟାସ୍କ । ଏହାସହ ବୁଥ୍ ସ୍ତରରୁ ଜିଲ୍ଲାସ୍ତରରେ ଦାୟିତ୍ୱରେ ଥିବା ପଦାଧିକାରୀଙ୍କୁ ଦିଆଯାଇଥିବା କାମ କେତେ ବାଟ ଗଲାଣି ତାହାର ଅନୁଧ୍ୟାନ କରିଛନ୍ତି ବିଜେପି ମୁଖିଆ । ଏହା ସଂକେତ ଦେଉଛି ପଞ୍ଚାୟତ ନିର୍ବାଚନକୁ ନେଇ ଦଳ କେତେ ସିରିୟସ୍ ରହିଛି ।
ଅଧିକ ପଢ଼ନ୍ତୁ : ଆସୁଛି ଅସମ୍ଭାଳ ତାତି; ୩ ଦିନରେ ବଢ଼ିବ ୩ ଡିଗ୍ରି !
ସଙ୍ଗଠନକୁ ନେଇ ଚାଲିବ ସରକାର । ସଙ୍ଗଠନ ସୁସ୍ଥ ସୁଦୃଢ଼ ରହିଲେ ସରକାର ଆଗକୁ ବଢ଼ିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ବିଜେପିର ସବୁଠୁ ବଡ଼ ପ୍ରଚାର । ତେଣୁ ସୁଭଦ୍ରା, ଆୟୁଷ୍ମାନ ଭଳି ସରକାରଙ୍କ ଯୋଜନା ସମାଜର ଶେଷ ଧାଡିର ଲୋକଙ୍କ ପାଖରେ ଯେପରି ପହଞ୍ଚିବ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ଦଲାଲ ରହିବେନି । ବୁଥ୍ ସ୍ତରୀୟ କର୍ମୀଙ୍କୁ କିଛି ଏଭଳି ଦାୟିତ୍ୱ ମିଳିଛି । ଅନ୍ୟପଟେ ବିଭିନ୍ନ ନିଗମ, ବୋର୍ଡରେ ନିଯୁକ୍ତିକୁ ନେଇ ବଡ଼ ସଂକେତ ଦେଇଛନ୍ତି ନିତିନ ନବୀନ ।
ସରକାର ଓ ସଙ୍ଗଠନ ବାଦ୍ ରାଷ୍ଟ୍ରୀୟ ସଭାପତିଙ୍କ ସାମ୍ନାରେ ୨୦୩୬ ବିକଶିତ ଓଡ଼ିଶା ସ୍ବପ୍ନ ପୁରା କରିବାକୁ ନକ୍ସା ଅଙ୍କାଯାଇଛି ।
English 





































































































































































































































































































































































































































































































































































































































































































































































































































































































































































































































































































































































