ଅନୁଗୁଳରେ ବଣୁଆ ବାରହା ଆତଙ୍କ, ଆକ୍ରମଣରେ ଜଣେ ଗୁରୁତର

କନକ ବ୍ୟୁରୋ : ଅନୁଗୁଳ ଉପକଣ୍ଠ କାଣ୍ଡସର ଗାଁରେ ଆତଙ୍କ ଖେଳାଇଲା ବଣୁଆ ବାରହା । ଆକ୍ରମଣରେ ଜଣେ ଆହତ । ଆହତ ବ୍ୟକ୍ତି ଜଣଙ୍କ ହେଲେ କାଣ୍ଡସର ସାଇ ନଗରର ଗିରୀଶ ଚନ୍ଦ୍ର ବାରିକ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଭୋରୁ ଭୋରୁ ଏକ ବଣୁଆ ବାରହା ଗିରୀଶଙ୍କ ଘର ପରିସରରେ ଥିବା ବାଡ଼ିକୁ ପଶି ଆସିଥିଲା ।
ଅଧିକ ପଢ଼ନ୍ତୁ : ଅସ୍ତରଙ୍ଗ ଓ କାକଟପୁରରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ, ବାରହା ଓ ହରିଣ କରୁଛନ୍ତି ନାକେଦମ୍
ସକାଳେ ଗିରୀଶ ଫୁଲ ତୋଳିବାକୁ ବାରିପଟକୁ ଆସିଥିବା ବେଳେ ତାଙ୍କୁ ବାରହା ଆକ୍ରମଣ କରି ଆହତ କରିଥିଲା । ଏନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ଟିମ ପହଞ୍ଚି ବାରହାକୁ ଟ୍ରାଙ୍କୁଲାଇଜ ପରେ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ବାରହାଟି ଆତଙ୍କ ଖେଳାଉ ଥିବାରୁ ୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏଁ ତାକୁ କାବୁ କରାଯାଇ ପାରିନାହିଁ ।
English 




















































































































































































































































































































































































































































































































































































































































































































































































































































