ମାତିଛନ୍ତି ଡିଜେଲ କଳାବଜାରୀ, କିରୋସିନରେ କେମିକାଲ ମିଶାଇ ତିଆରି କରୁଛନ୍ତି ଡିଜେଲ

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ପରେ ମାତିଛନ୍ତି କଳାବଜାରୀ। ଏପରିକି ଅନେକ ସ୍ଥାନରେ ମିଳୁଥିବା ତେଲ ଅପମିଶ୍ରିତ ହେଉଥିବା ଅଭିଯୋଗ ଆସୁଛି। କିରୋସିନରେ କେମିକାଲ ମିଶାଯାଇ କରାଯାଉଛି ନକଲି ଡିଜେଲ୍। ସାଧାରଣ ଗ୍ରାହକ ଟିଏ ଏହା ଜାଣିବା ସମ୍ଭବପର ନୁହେଁ। ଆଉ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ସୁବର୍ଣ୍ଣପୁର ଖମ୍ବେଶ୍ୱରୀପାଲିରେ ଚାଲିଥିଲା ଏଭଳି ବଡ଼ ଧରଣର ରାକେଟ୍। ଯେଉଁଠି କିରୋସିନରେ କିଛି କେମିକାଲ ମିଶାଯାଇ ନକଲି ଡିଜେଲ୍ ପ୍ରସ୍ତୁତ କରାଯାଉଥିଲା। ମାଷ୍ଟରମାଇଣ୍ଡକୁ ଧରିବାକୁ ଖୋଦ ଜିଲ୍ଲାପାଳ ନିଜେ ଗ୍ରାଉଣ୍ଡକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ଜିଲ୍ଲାପାଳ ନୃପରାଜ ସାହୁ ନିଜେ ଘଟଣାସ୍ଥଳ ଯାଇ ତଦନ୍ତ କରିଛନ୍ତି। ଏଥି ସହ ତେଲ ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପେଟ୍ରୋଲ ପମ୍ପ ମାଲିକ ଫେରାର ଥିବା ବେଳେ ତାଙ୍କୁ ବାନ୍ଧିବା ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।
English 



























































































































































































































































































































































































































































































































































































































































































































































































































































































