#Local

ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା , ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଲଙ୍ଗଳେଶ୍ବର କଳାଝର ନଈ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ । ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଛନ୍ତି । ଟ୍ରକଟି କର୍ଣ୍ଣାଟକରୁ ପଶ୍ଚିମବଙ୍ଗର ଦୀଘା ଅଭିମୁଖେ ଯାଉଥିଲା ।

ଅଧିକ ପଢ଼ନ୍ତୁ : ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭାରସାମ୍ୟ ହରାଇ ଟ୍ରକଟି ବିପରୀତ ରାସ୍ତାକୁ ଓଲଟି ପଡ଼ିଥିଲା । ଗୁରୁତର ଡ୍ରାଇଭର ସୋମନାଥ ମାଇକ୍ ଓ ହେଲପର ମଙ୍ଗଲଦିପ୍ ମଣ୍ଡଲଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । 

Leave a comment

Your email address will not be published. Required fields are marked *