#Local

କଣାସରେ ଅମାନବିକ କାଣ୍ଡ ! ମଲା କୁକୁଡ଼ା ଫିଙ୍ଗି ପଳାଇଲେ ଫାର୍ମ ମାଲିକ

କନକ ବ୍ୟୁରୋ:ରାସ୍ତା କଡ଼ରେ କୁଢ଼ କୁଢ଼ ମଲା କୁକୁଡ଼ା। କଣାସରେ ପୁଣି କୁକୁଡ଼ା ମଡ଼କ। ଭୟଭୀତ ସ୍ଥାନୀୟ ଲୋକ। କଣାସରେ କୁକୁଡ଼ା ମଡ଼କ ସନ୍ଦେହ କଲେଣି ଲୋକ। ପରିବେଶ ସୁରକ୍ଷା ଦିଗରେ ସଚେତନ ନ ହୋଇ ମଲା କୁକୁଡ଼ାଙ୍କୁ ମାଟିରେ ନ ପୋତି ରାସ୍ତା କଡରେ ଫିଙ୍ଗି ଦେଇ ପଳାଇଛନ୍ତି ଫାର୍ମ ମାଲିକ। ଫଳରେ ଦୁର୍ଗନ୍ଧରେ ଫାଟିପଡ଼ୁଛି ସାରା ଅଞ୍ଚଳ। କଣାସ ଚୁପୁରିଙ୍ଗି ରାସ୍ତା କଡ଼ରେ ପଡିଛି ଅନେକ ମଲା କୁକୁଡ଼ା । କଣାସର ୫ରୁ ୭ଟି ପଂଚାୟତବାସୀଙ୍କର ମୁଖ୍ୟ ରାସ୍ତା ପାଲଟିଥିବା ଏହି ରାସ୍ତା କଡରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ଦୁର୍ଗନ୍ଧରେ ଯାଆସ କରୁଛନ୍ତି। କିଏ ଏଭଳି ଅମାନୁଷିକ କାର୍ୟ୍ୟ କରିଛି ତୁରନ୍ତ ଏହାର ତଦନ୍ତ କରାଯାଇ ଦୃଢ଼ କାର୍ୟ୍ୟଅନୁଷ୍ଠାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏପଟେ କଣାସ ବ୍ଲକ ପଶୁଚିକିତ୍ସଅଧକାରୀଙ୍କ ସନ୍ଦେହ, ପ୍ରବଳ ଗରମ ପାଇଁ ମରି ଥାଇପାରନ୍ତି କୁକୁଡ଼ା। ଅନୁଧ୍ୟାନ କଲେ ଜଣାପଡ଼ିବ ବୋଲି ପ୍ରାଣୀଚିକିତ୍ସକ କହିଛନ୍ତି।

ଆହୁରି ପଢ଼ନ୍ତୁ:ଓଡ଼ିଶାରେ ଉପରମୁହାଁ ତାତି , ଆଗାମୀ ୩,୪ ଦିନ ଅସହ୍ୟ ଖରା ଗରମ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ 

କଣାସରେ ଅମାନବିକ କାଣ୍ଡ ! ମଲା କୁକୁଡ଼ା ଫିଙ୍ଗି ପଳାଇଲେ ଫାର୍ମ ମାଲିକ

CNG price hiked by Rs 1 per

Leave a comment

Your email address will not be published. Required fields are marked *