ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଖେଳାଯିବ ଘରୋଇ ୨୩ ବର୍ଷରୁ କମ୍ ପ୍ରତିଯୋଗିତା !

କନକ ବ୍ୟୁରୋ: ଆସନ୍ତା ଘରୋଇ ଋତୁ (୨୦୨୬-୨୭)ରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛି ବିସିସିଆଇ । ସୂଚନା ଅନୁସାରେ ଜାତୀୟ ୨୩ ବର୍ଷରୁ କମ ୫୦ ଓଭର ବିଶିଷ୍ଟ ପ୍ରତିଯୋଗିତାକୁ ଟ୍ବେଣ୍ଟି-୨୦ରେ ପରିବର୍ତ୍ତନ କରାଯାଇପାରେ। ଏ ନେଇ ବୋର୍ଡ ବିଭିନ୍ନ ରାଜ୍ୟ ସଂଘ ଓ ଅନ୍ୟ ଅଂଶୀଦାରମାନଙ୍କ ମତ ଲୋଡ଼ିଛି। ସେମାନଙ୍କ ମତାମତ ମିଳିବା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଅଧିକ ପଢ଼ନ୍ତୁ…ଶ୍ରେୟସ୍ଙ୍କ ଉପରେ ରାଗିଗଲେ ପ୍ରୀତି ଜିଣ୍ଟା
‘ଷ୍ଟେଟ୍ ‘ଏ’ ଚାମ୍ପିଅନସିପ୍’ ଭାରେ ପରିଚିତ ଏହି ଜାତୀୟ ପ୍ରତିଯୋଗିତା ଏଲିଟ୍ ଓ ପ୍ଲେଟ୍ ଡିଭିଜନ୍ରେ ବିଭକ୍ତ ହୋଇଛି। ଗତ ବର୍ଷ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ଏହି ପ୍ରତିଯାଗିତାରେ ତାମିଲନାଡୁ ଏଲିଟ୍ ଡିଭିଜନ୍ର ବିଜେତା ଥିବାବେଳେ ମେଘାଳୟ ପ୍ଲେଟ୍ ଡିଭିଜନ୍ର ଚାମ୍ପିଅନ ହୋଇଥିଲା। ସେହିପରି ତାମିଲନାଡୁ ମଧ୍ୟ ବହୁଦିବସୀୟ ସିକେ ନାଇଡୁ ଟ୍ରଫିର ଚାମ୍ପିଅନ ରହିଛି।
English 






















































































































































































































































































































































































































































































































































































































































































































































































































































































































































































































































