#Local

କାହିଁକି କାନ୍ଦିଲେ ସାଉଥ୍ ହିରୋ ? କାହା ଉପରେ ବର୍ଷିଲେ ?ଜୟମ୍ ରବିଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ତ?

କନକ ବ୍ୟୁରୋ : ରୂପେଲୀ ପରଦାରେ ଯେଉଁ ନାୟକ ନିଜର ଦମଦାର୍ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିତନ୍ତି, ସେ ଆଜି ନିଜ ବ୍ୟକ୍ତିଗତ ଜୀବନର ଝଡ଼ରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ହଁ ଦର୍ଶକବନ୍ଧୁ, ଆମେ କହୁଛୁ ସାଉଥ୍ ସିନେମାର ଜଣାଶୁଣା ଅଭିନେତା ରବି ମୋହନ, ଯାହାଙ୍କୁ ଆପଣ ସମସ୍ତେ ‘ଜୟମ୍ ରବି’ ଭାବେ ଜାଣନ୍ତି, ସେ ଏବେ ପୁଣି ଥରେ ଚର୍ଚ୍ଚାର ଶିରୋନାମାରେ । ଚେନ୍ନାଇରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ନିଜ ଦୁଃଖର କାହାଣୀ କହିବା ବେଳେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି ଏହି ସୁପରଷ୍ଟାର୍ । କେବଳ ସେତିକି ନୁହେଁ, କୋହଭରା କଣ୍ଠରେ ସେ ନେଇଛନ୍ତି ଏକ ଚମକାଇ ଦେଲା ଭଳି ବଡ଼ ନିଷ୍ପତ୍ତି । ପ୍ରେସ୍ କନଫରେନ୍ସରେ ନିଜ ପତ୍ନୀଙ୍କ ସହ ଚାଲିଥିବା ଛାଡ଼ପତ୍ର ବିବାଦ ଉପରେ କଥା ହେଉ ହେଉ ଭାଙ୍ଗି ପଡ଼ିଥିଲେ ରବି । ସେ ସମସ୍ତଙ୍କ ସାମ୍ନାରେ ଘୋଷଣା କରିଥିଲେ ଯେ “ଯେପର୍ଯ୍ୟନ୍ତ ମୋର ଛାଡ଼ପତ୍ର ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ କୌଣସି ସିନେମାରେ ଅଭିନୟ କରିବି ନାହିଁ ।” ରବିଙ୍କ ଆଖି ଛଳଛଳର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ସ୍ତବ୍ଧ ହୋଇଯାଇଛନ୍ତି ।

ଆଗକୁ ପଢ଼ନ୍ତୁ : କିଏ ଏହି ‘ମିଷ୍ଟ୍ରି ମ୍ୟାନ୍’  ? ରାମାୟଣରେ ଆସିଥିଲେ ନଜର,୩୦ ବର୍ଷ ପରେ ହେଉଛି ଚର୍ଚ୍ଚା

ବିଗତ କିଛି ଦିନ ହେବ ଜୟମ୍ ରବି ଏବଂ ପ୍ରସିଦ୍ଧ ସିଙ୍ଗର ତଥା ସ୍ପିରିଚୁଆଲ୍ ଥେରାପିଷ୍ଟ କେନିଶା ଫ୍ରାନ୍ସିସଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ନିକଟରେ କେନିଶା ଏକ ପୋଷ୍ଟ ସେୟାର କରି ଚେନ୍ନାଇ ଛାଡ଼ିବା ସହ ରବିଙ୍କ ସହ ସମ୍ପର୍କ ଶେଷ ହେବାର ସଙ୍କେତ ଦେଇଥିଲେ । ଏହା ଉପରେ ଚୁପ୍ ରହିବା ପରେ ଶେଷରେ ରବି ନିଜର ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି, “ଶେଷରେ ଆପଣମାନେ ମୋତେ କେନିଶାଙ୍କଠାରୁ ଅଲଗା କରିଦେଲେ । ମୁଁ ତାଙ୍କର ଏକ ଭଲ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି ।” ଏହାସହ ସେ ନିଜର ଭୁଲ୍ ସ୍ୱୀକାର କରି କହିଛନ୍ତି ଯେ ଏତେ ଦିନ ପର୍ଯ୍ୟନ୍ତ ଚୁପ୍ ରହିବା ହିଁ ତାଙ୍କର ସବୁଠାରୁ ବଡ଼ ଭୁଲ୍ ଥିଲା, ହେଲେ ସେ ଆଉ ଚୁପ୍ ବସିବେ ନାହିଁ ।

ଏହି ପ୍ରେସ୍ କନଫରେନ୍ସରେ ଆଉ ଏକ ବଡ଼ ଖୁଲାସା କରିଛନ୍ତି ଅଭିନେତା । ରବି ନିଜ ଶ୍ବଶୁର ଘର ଲୋକଙ୍କ ଉପରେ ଗୁରୁତର ଆରୋପ ଆଣି କହିଛନ୍ତି ଯେ ତାଙ୍କୁ ସେଠାରେ ‘ଗୋଲାମ’ କରି ରଖାଯାଉଥିଲା ଏବଂ ଏହାର ସମସ୍ତ ପ୍ରମାଣ ତାଙ୍କ ପାଖରେ ଅଛି। ସେ ଅଭିଯୋଗ କରିଛନ୍ତି : “ଲୋକେ ମୋର ନୀରବତାର ଭୁଲ୍ ଫାଇଦା ଉଠାଉଛନ୍ତି। ମୋତେ ମୋ ନିଜ ପିଲାମାନଙ୍କୁ ଭେଟିବାକୁ ଦିଆଯାଉ ନାହିଁ ଏବଂ ମୋତେ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଛି ।” ରବିଙ୍କ କହିବା ଅନୁଯାୟୀ, ଯେଉଁଦିନ ତାଙ୍କୁ ଆଇନଗତ ଭାବେ ଛାଡ଼ପତ୍ର ମିଳିଯିବ, ସେଦିନ ତାଙ୍କ ଜୀବନ ପୁଣି ଥରେ ଟ୍ରାକକୁ ଫେରିଆସିବ । ସାଇବର ବୁଲିଙ୍ଗ୍ ବା ସୋସିଆଲ ମିଡିଆରେ ହେଉଥିବା ମାନସିକ ନିର୍ଯାତନାରୁ ମୁକ୍ତି ପାଇବା ପରେ ହିଁ ସେ ପୁଣି ଥରେ କ୍ୟାମେରା ସାମ୍ନାକୁ ଅଭିନୟ ପାଇଁ ଫେରିବେ । ଅଭିନେତାଙ୍କ ଷ୍ଟାରଡମ୍ ଏବଂ ଗ୍ଲାମର ଦୁନିଆକୁ ଦେଖି ସମସ୍ତେ ଭାବନ୍ତି ଯେ ସେ କେତେ ଭାଗ୍ୟବାନ ହୋଇନଥିବେ କିନ୍ତୁ ପରଦା ପଛରେ ଲୁଚି ରହିଥିବା କଷ୍ଟ ହିଁ ବଖାଣୁଛି ପ୍ରତିଟି ମଣିଷ ଜୀବନରେ କଷ୍ଟ ଆସେ । ସେ ଅଭିନେତା ହୁଅନ୍ତୁ କି ସାଧାରଣ ଲୋକ । ସିନେମାରେ ସମସ୍ତଙ୍କୁ ହସାଉଥିବା ଏବଂ ସଂଘର୍ଷ କରୁଥିବା ଏହି ଅଭିନେତା ବାସ୍ତବ ଜୀବନରେ ଏବେ ନ୍ୟାୟ ପାଇଁ ଲଢୁଛନ୍ତି । ଦେଖିବାକୁ ବାକି ରହିଲା, ଜୟମ୍ ରବିଙ୍କ ଜୀବନର ଏହି ଝଡ଼ କେବେ ଶାନ୍ତ ହେଉଛି ଏବଂ ସେ କେବେ ପୁଣି ବଡ଼ ପରଦାକୁ ଫେରୁଛନ୍ତି ।

କାହିଁକି କାନ୍ଦିଲେ ସାଉଥ୍ ହିରୋ ? କାହା ଉପରେ ବର୍ଷିଲେ ?ଜୟମ୍ ରବିଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ତ?

Unique protest against frequent power cut draws

କାହିଁକି କାନ୍ଦିଲେ ସାଉଥ୍ ହିରୋ ? କାହା ଉପରେ ବର୍ଷିଲେ ?ଜୟମ୍ ରବିଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ତ?

Orissa High Court Judges ride bicycles to

Leave a comment

Your email address will not be published. Required fields are marked *