#Local

ଶ୍ରୀଲିଲା ଓ ତିଳକଙ୍କ ସଂପର୍କକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲିଲା ଏବଂ ଭାରତ ତଥା ମୁମ୍ବାଇ ଇଣ୍ଡିଆନ୍ସର ବାମହାତୀ ବ୍ୟାଟର୍‌ ତିଳକ ବର୍ମାଙ୍କ ସଂପର୍କକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଜୋର ଧରିଛି । ଉଭୟ ଏକାଠି କୌଣସି କାର୍ଯ୍ୟକ୍ରମ କିମ୍ବା ସାମାଜିକ ଅନୁଷ୍ଠାନରେ ଯୋଗ ଦେଇ ନଥିଲେ ବି ଲୁଚି ଲୁଚି ପରସ୍ପରକୁ ପ୍ରେମ କରୁଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ : ପରିବର୍ତ୍ତନ କରିଦେଲା ପତ୍ନୀଙ୍କ ପ୍ରେମ,ଦିନେ ନନଭେଜ୍ ଖାଉଥିବା ବିରାଟ…ଅନୁଷ୍କାଙ୍କ ପ୍ରେମ ପାଇଁ ଛାଡ଼ିଥିଲେ ଆମିଷ

ତିଳକ ଏବଂ ସାଥୀ କ୍ରିକେଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଶ୍ରୀଲିଲାଙ୍କୁ ନେଇ ମଜାଦାର ଭାବ ଆଦାନପ୍ରଦାନର ଭିଡିଓ ପଦାକୁ ଆସିବା ଏଭଳି ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଥିଲା । ଶ୍ରୀଲିଲା ମା’ ଡକ୍ଟର ସ୍ବର୍ଣ୍ଣଲତା କିନ୍ତୁ ଏହାକୁ ଏକ ଗୁଜବ ଦର୍ଶାଇଛନ୍ତି । ଶ୍ରୀଲିଲା ସଂପ୍ରତି ନିଟ୍‌-ପିଜି (ସ୍ନାତକୋତ୍ତର) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଏଣୁ ତାଙ୍କ ପାଖରେ ଏସବୁ କଥାରେ ମୁଣ୍ଡ ଖେଳାଇବାକୁ ସମୟ ନାହିଁ । ଏଭଳି ଚର୍ଚ୍ଚାରେ କୌଣସି ସତ୍ୟତା ନଥିବା ଶ୍ରୀଲିଲାଙ୍କ ପିଆର୍‌ ଟିମ୍‌ ପକ୍ଷରୁ ମଧ୍ୟ କୁହାଯାଇଛି । ସେହିଭଳି ଯେ କୌଣସି ପ୍ରକାର ଗୁଜବ ଓ ଚର୍ଚ୍ଚାରୁ ଦୂରେଇ ରହିବା ଲାଗି ଶ୍ରୀଲିଲାଙ୍କୁ ତିଳକ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଫଲୋ କରି ଦେଇଥିବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *