ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଛନ୍ତି ୩କୋଟି ୩୪ଲକ୍ଷ ଭୋଟର୍, ବାଦ୍ ପଡ଼ିଲେ ୯ଲକ୍ଷ ୮୦ହଜାରରୁ ଅଧିକ

କନକ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଛନ୍ତି ୩କୋଟି ୩୪ଲକ୍ଷ ଭୋଟର୍ । ବାଦ୍ ପଡ଼ିଲେ ୯ଲକ୍ଷ ୮୦ହଜାରରୁ ଅଧିକ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ଯେଉଁ ମାନେ ଭାରତୀୟ ନାଗରିକ ନୁହନ୍ତି, ସେମାନଙ୍କୁ ବାହାର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମେ’୩୦ରୁ ଘରକୁ ଘର ବୁଲିବେ ବିଏଲଓ। ରାଜ୍ୟରେ ଏସଆଇଆର ଆରମ୍ଭ କରାଯିବ ।
ଅଧିକ ପଢନ୍ତୁ: ରାଜ୍ୟରେ ଜନଗଣନା ଓ ଗୃହ ଗଣନା କାର୍ଯ୍ୟ ଜାରି , ସଠିକ୍ ତଥ୍ୟ ସଂଗ୍ରହ ପାଇଁ ପ୍ରଶାସନର କଡ଼ା ତଦାରଖ ବ୍ୟବସ୍ଥା
ମେ’ ୨୦ରୁ ୨୯ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ କରାଯିବ। ମେ’୩୦ରୁ ଜୁନ୍ ୨୮ଯାଏ BLOମାନଙ୍କ ଦ୍ୱାରା ଘର ଘର ପରିଦର୍ଶନ କରାଯିବ । ଦାବି ଓ ଆପତ୍ତି ଦାଖଲ ସମୟସୀମା ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ଯାଏ ରହିବ । ସେପ୍ଟେମ୍ବର ୯ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟରେ ବର୍ତ୍ତମାନ ୩କୋଟି ୩୪ଲକ୍ଷ ଭୋଟର ଅଛନ୍ତି । ୯୪.୬୧ ମ୍ୟାପିଂ ସରିଛି । ଏସଆଇଆର ଶେଷ ହେବା ବେଳେ ୪୫ହଜାର ୨୫୫ବୁଥ ହେବ। ପ୍ରତି ବୁଥରେ ୧୨୦୦ ଭୋଟର ରହିବେ ।
English 











































































































































































































































































































































































