ପିଆଜ ରସ ନା ପିଆଜ ତେଲ ? କେଶ ପାଇଁ କେଉଁଟା ଭଲ ?

କନକ ବ୍ୟୁରୋ : କେଶ ଝଡ଼ିବା ଆଜିକା ଦିନରେ ଅଧିକାଂଶଙ୍କ ସମସ୍ୟା । ଏହାକୁ ରୋକିବାକୁ ବଜାରରେ ବିଭିନ୍ନ ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଛି । ହୋୟାର କେୟାର ମାର୍କେଟରେ ଖାସ୍ କରି ପିଆଜକୁ ନେଇ ପ୍ରସ୍ତୁତ ତେଲର ଚାହିଦା ବଢ଼ୁଛି । ଅନେକଙ୍କ ମନରେ ପ୍ରଶ୍ନ ସତରେ କ’ଣ ପିଆଜ ତେଲ କାମ ଦେଉଛି ?
ଏନେଇ ଏକ ପଡକାଷ୍ଟରେ ଉତ୍ତର ଦେଇଛନ୍ତି ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ତଥା ବିଜନେସ୍ମ୍ୟାନ୍ ଜାବେଦ୍ ହବିବ୍ । କହିଛନ୍ତି, ଘରୋଇ ଉପଚାର ସବୁଠାରୁ ଉପାଦେୟ । କିନ୍ତୁ ଏହାକୁ ସଠିକ୍ ରିକାରେ ବ୍ୟବହାର କରିବା ଦରକାର । ଯଦି ଆପଣଙ୍କ ବୟସ ୪୦ରୁ ୫୦ ବର୍ଷରୁ କମ୍ ଏବଂ କେଶ ଝଡ଼ୁଛି ତାହାଲେ ଆପଣଙ୍କୁ ଦାମୀ ତେଲ ବଦଳରେ ଘରୋଇ ଉପଚାର ଭଲ । ବିଶେଷ କରି ରୋଷେଇ ଘଷର ଉପଲବ୍ଧ ପିଆଜକୁ ବ୍ୟବହାର କରିବା ଦରକାର’ ।
ଅଧିକ ପଢ଼ନ୍ତୁ : ସାବିତ୍ରୀ ବଜାରରେ ଭିଡ଼, ଆକାଶ ଛୁଆଁ ଫଳ ଦର
ଜାବେଦ୍ କହିଛନ୍ତି, ’ବଜାରରେ ମିଳୁଥିବା ପିଆଜରୁ ପ୍ରସ୍ତୁତ ତେଲ ଏତେଟା ଉପାଦେୟ ନୁହେଁ ପିଆଜ ରସ ବେଶି ଉପକାରୀ । କିନ୍ତୁ ଏହାର ସଠିକ୍ ବ୍ୟବହାର ଜାଣିବ ଦରକାର । ହେଲ୍ଥଲାଇନ୍ ମୁତାବକ, ପିଆଜ ରସରେ ସଲଫର୍ ମାତ୍ରା ଅଧିକ ଥିବାରୁ ଏହା କୋଲେଜନ୍ ପ୍ରଡକ୍ସନକୁ ବଢ଼ାଇ ଦିଏ । ଏହି କୋଲେଜନ୍ ସୁସ୍ଥ ତ୍ୱଚ୍ଛା କୋଷର ବିକାଶରେ ସାହାଯ୍ୟ କରେ । ଗବେଷଣାରୁ ଜଣାପଡ଼ିଛି, ପିଆଜ ରସ କେଶ ମୂଳରେ ରକ୍ତ ସଞ୍ଚାଳନକୁ ତୀବ୍ର କରେ, ଯାହା କେଶକୁ ଯଥେଷ୍ଟ ପୋଷଣ ଦିଏ ।
ଏକ ଷ୍ଟଡିରୁ ମିଳିଥିବା ତଥ୍ୟ ଅନୁସାରେ, ଯେଉଁମାନେ ପିଆଜ ରସକୁ କେଶ ସମସ୍ୟା ପାଇଁ ବ୍ୟବହାର କରିଛନ୍ତି ସେମାନଙ୍କ କେଶ ଅନ୍ୟମାନଙ୍କ ତୁଳନାରେ ଭଲ ବଢ଼ିବାର ଦେଖାଯାଇଛି । କିନ୍ତୁ ଏହାର ଲଗାଇବାର ସଠିକ୍ ତରିକା ଜାଣିବା ଦରକାର ।
ଜାବେଦ୍ ହବିବଙ୍କ କହିବା ଅନୁସାରେ, ପିଆଜରୁ ରସ କାଢ଼ିବା ପରେ ତୁରନ୍ତ ଏଲହାକୁ କେଶ ମୂଳରେ ଲଗାଇବା ଉଚିତ । ଏହାକୁ ସପ୍ତାହରେ ୨ ଥରରୁ ୩ ଥର ବ୍ୟବହାର କଲେ କେଶ ଝଡ଼ିବା କମିବା ସହ ନୂଆ କେଶ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।
English 











































































































































































































































































































































































































































