#Local

ମିଳୁନି ପେଟ୍ରୋଲ୍‌-ଡିଜେଲ୍‌ ; ଆଗକୁ ବଢ଼ିପାରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ,ୱାର୍ଣ୍ଣିଂ ଦେଲେଣି ଏକ୍ସପର୍ଟ୍ସ

କନକ ବ୍ୟୁରୋ: ପେଟ୍ରୋଲ , ଡିଜେଲ ରେଟ୍ ୩ ଟଙ୍କା ବଢ଼ିବା ପରେ ଆପଣ ଯଦି ଭାବୁଥାନ୍ତି ଯେ, ଏତିକିରେ ଦର ବୃଦ୍ଧି ରୋକିଯିବ ତାହାଲେ ଏହା ଭୁଲ ଧାରଣା । କାରଣ ଏହା ପରେ ପରେ ଅତି ଆବଶ୍ୟକ ଜିନିଷ ଗୁଡ଼ିକର ଦରଦାମ ବି ବଢ଼ିଯିବ । ଏନେଇ ଚେତାଇଲେଣି ଏକ୍ସପର୍ଟ୍ସ । 

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ମାସିକିଆ ଗ୍ରୋସରି ସବୁ କିଛିରେଟ୍ ବଢ଼ିପାରେ । କାରଣ ଲଜିଷ୍ଟିକ୍ସ ବା ପରିବହନ ଖର୍ଚ୍ଚ ବି ବଢ଼ିଯିବ ।  mfcg କମ୍ପାନିଗୁଡ଼ିକ  ଚେତାବନି ଦେଇଛନ୍ତି, ତୈଳ ଦର ବଢ଼ିବା ପରେ ଦେଶରେ ଲୋକଙ୍କ ପକେଟ୍ ଉପରେ ମହଙ୍ଗା  ମାଡ଼ ହୋଇଛି । ପୁଣି ଏହାପରେ ନିତ୍ୟ ବ୍ୟବହାର ହେଉଥିବା ସାମଗ୍ରୀ ଧୀରେ ଧୀରେ ବଢ଼ିଯିବ ବୋଲି ବିଶେଷଜ୍ଞ କହିଲେଣି , ଯାହାର ପ୍ରଭାବ ଘରୋଇ ବଜେଟ୍, ଗ୍ରେସରି ବିଲ୍ ଏବଂ ବିଭିନ୍ନ ସର୍ଭିସ୍ ଉପରେ ଦେଖିବାକୁ ମିଳିପାରେ । 

ପ୍ୟାକେଟ୍ ଫୁଡ୍ ଯେପରି ବିସ୍କୁଟ୍, ସ୍ନାକ୍ସ, ନୁଡଲ୍ସ, ଖାଇବା ତେଲ, ପ୍ୟାକେଟ୍ ପାନୀୟ ପରି ଉତ୍ପାଦ ଲଜିଷ୍ଟିକ୍ସ ନେଟୱର୍କ ଉପରେ ଅଧିକ ନିର୍ଭରଶୀଳ ଥିବାରୁ ତୈଳ ଦର ବଢ଼ିବା ପରେ ଏସବୁର ରେଟ୍ ବି ବଢ଼ିଯାଇପାରେ । କାରଣ ଉତ୍ପାଦର ୬ରୁ ୧୦ ଗୁଣା ଭାଗ ଲଜିଷ୍ଟିକ୍ସରେ ଖର୍ଚ୍ଚ ହୁଏ  । ତେଣୁ ଏବେ ପେଟ୍ରୋଲ , ଜିଜେଲର ବର୍ଦ୍ଧିତ ଏସବୁ ପ୍ରଡକ୍ଟର ରେଟ୍ ବି ବଢ଼ାଇଦେବ ।

ଅଧିକ ପଢ଼ନ୍ତୁ : ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ପଦକ୍ଷେପ : ସନ୍ତାନ ପାଇଁ ୩୦ ଏବଂ ୪୦ ହଜାର ଟଙ୍କା ସହାୟତା ଘୋଷଣା

କ୍ଷୀର ରେଟ୍  ବି ବଢ଼ିପାରେ।  ନିକଟରେ ଅମୂଲ ଓ ମଦର ଡାଏରିର ମୂଲ୍ୟ ୨ ଟଙ୍କା ବଢ଼ିଛି । ଏହାର କାରଣ ମୁଖ୍ୟତଃ 
ଖାଲି ଏତିକି ନୁହେଁ ଦୁଗ୍ଧଜାତ ଉତ୍ପାଦ ଯେପରିକି ଦହି, ଲହୁଣି, ପନୀର, ଛେନା, ଆଇସକ୍ରିମ୍ ର ଦାମ ବି ବଢ଼ିଯିବ ।

ଆମ ଦେଶରେ ଅଧିକାଂଶ ସାମଗ୍ରୀର ବାଜରକରଣ ପରିବହନ ଉପରେ ନିର୍ଭର କରେ । ପନିପରିବା, ଫଳ, ଶସ୍ୟ, ପ୍ରୋସେସ୍ଡ ଫୁଡ୍କୁ ପରିବାକୁ ଖର୍ଚ୍ଚ ବଢ଼ିଯାଏ । ଅର୍ଥବିତଙ୍କ କହିବା କଥା, ପେଟ୍ରୋଲ , ଡିଜେଲ ରେଟ୍ ବଡ଼ିବା ପରେ ଏସବୁର ଦର ବଢ଼ିବା ଏକ ପ୍ରକାର ନିଶ୍ଚିତ । 

ଚାଷ କାମରେ ବି ଚାଷୀ ଡିଜେଲ ଚାଳିତ ଉପକରଣ ଉପରେ ନିର୍ଭର କରେ  । ଯେପରିକି ଟ୍ରାକ୍ଟର, ଜଳସେଚନ ପମ୍ପ, ଅମଳ ଯନ୍ତ୍ରପାତି ଏବଂ ପରିବହନ ଯାନ ଉପରେ ନିର୍ଭର କରେ । ଡିଜେଲ ବୃଦ୍ଧି ପାଇବା ପରେ ଚାଷ ଖର୍ଚ୍ଚ ବଢ଼ିଯିବ । ଆଉ ଉତ୍ସାଦ ପରେ କୃଷି ଉତ୍ପାଦର ଦର ବି ବଢ଼ିବ  , ଯାହା ଦେଶର ମୁଦ୍ରା ସ୍ପିତି ଉପରେ ପ୍ରଭାବ ପକାଇବ । 
 ଏତିକିରେ ସରୁନି, ତୈଳ ଦର ବୃଦ୍ଧି ପାଇବା ପରେ ଖାଇବା ସାମଗ୍ରୀ ସହ  ସାବୁନ୍, ସାମ୍ପୁ, ଗାଡ଼ି ଭଡ଼ା, କୋରିଅର୍ ସେବା, ଖୁଚୁରା ଯୋଗାଣ ସେବା ଦର ସବୁ ବଢ଼ିଯିବ । ଏଥିରେ ଅଧିକ ପ୍ରଭାବିତ ମଧ୍ୟବିତ୍ତ ପରିବାର ହେବେ ବୋଲି ବିଶେଷଜ୍ଞ ଚେତାଇଛନ୍ତି । 

 

 

ମିଳୁନି ପେଟ୍ରୋଲ୍‌-ଡିଜେଲ୍‌ ; ଆଗକୁ ବଢ଼ିପାରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ,ୱାର୍ଣ୍ଣିଂ ଦେଲେଣି ଏକ୍ସପର୍ଟ୍ସ

Wild bear falls into 15 feet deep

Leave a comment

Your email address will not be published. Required fields are marked *