ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା , ଆସନ୍ତା ୪ ଦିନ ଅସହ୍ୟ ଖରା ଗରମ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ

କନକ ବ୍ୟୁରୋ : ପ୍ରଚଣ୍ଡ ଖରା, ସ୍ଥିତି ଅସମ୍ଭାଳ । ଜଳୁଛି ସାରା ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ତାତି । ଆଜି ବି ଉପର ମୁହାଁ ପାରଦ । ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ତାତି କରୁଛି କଲବଲ, ଆଉ ଉପକୂଳ ଓଡ଼ିଶାରେ ଗୁଳୁଗୁଳି କରୁଛି ହନ୍ତସନ୍ତ ।
ଅଧିକ ପଢ଼ନ୍ତୁ : ରାଜ୍ୟରେ ପ୍ରଚଣ୍ଡ ଖରା , ଅସହ୍ୟ ହେଉଛି ଗୁଳୁଗୁଳି ; ଗଛକଟା ପାଇଁ ଜିଲ୍ଲାର ତାପମାତ୍ରା ବଢ଼ୁଥିବା କହିଲେ ବୁଦ୍ଧିଜୀବୀ
ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୦ ଡିଗ୍ରି ଉପରେ ରହିବ ପାରଦ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୪ ଦିନ ଅସହ୍ୟ ଖରା ଗରମ ନେଇ ପୂର୍ବାନୁମାନ କରାଯାଇଛି ।
English 






















































































































































































































































































































































































































































































































































































































































































































































































































































































































































































































































