#Local

ନୟାଗଡ଼ରେ ପୁଣି ହତ୍ୟା , କଳାମୁଗୁନି ପଥର ଖଣି ଭିତରୁ ମୃତ ଦେହ ଠାବ

କନକ ବ୍ୟୁରୋ : ନୟାଗଡ଼ରେ ପୁଣି ହତ୍ୟା । କଳାମୁଗୁନି  ପଥର ଖଣି ଭିତରୁ ମୃତ ଦେହ ଠାବ । ଦୁଇ ଦିନ ହେଲାଣି ନିଖୋଜ ଥିଲେ ଯୁବକ । ମୃତକ ଜଣକ ହେଲେ ୩୪ ବର୍ଷୀୟ ପ୍ରତାପ କୁମାର ପାଟ୍ଟଶାଣୀ । ତାଙ୍କ ଘର କରେଣ୍ଡା ଟାଙ୍ଗୀ ପଞ୍ଚାୟତର ନୂଆପଡ଼ା ଗ୍ରାମର । ଆଜି ସକାଳେ ଜଣେ ମହିଳା ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ପ୍ରତାପଙ୍କୁ ଦେଖି ତାଙ୍କ ବାପା ନକୁଳ ପ୍ରଧାନଙ୍କୁ ଜଣାଇଥିଲେ । ମୃତ ଦେହ ପଚି ଶାଢ଼ୀ ଦୁର୍ଗନ୍ଧ ହେଉଛି ।

ଅଧିକ ପଢ଼ନ୍ତୁ : ପୁରୀ କଣାସରେ ଯୁବକଙ୍କୁ ହାଣିବା ପରେ ବୁଲେଟ୍‌ ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା,  ମୁଖ୍ୟ ଅଭିଯୁକ୍ତକୁ ୨ ଦିନ ରିମାଣ୍ଡରେ ଆଣିବ ପୁଲିସ

ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଧେହ କରାଯାଉଛି । ଦୀର୍ଘ ଦିନ ଧରି ତାଙ୍କ ବାପା ନକୁଳ ଏକ କ୍ରସର୍ ଚଳାଇ ଆସୁଥିଲେ । ସରକାର ପରିବର୍ତ୍ତନ ପରେ କ୍ରସରକୁ ନେଇ ମର୍ଡର ବୋଲି ସନ୍ଦେହ କରାଯାଉଛି । ତେବେ ଘଟଣା ସ୍ଥଳରେ ଚାନ୍ଦପୁର ପୁଲିସ୍ ଘଟଣା ପହଞ୍ଚି ତଦନ୍ତ ଚଳାଇଛି ।

ନୟାଗଡ଼ରେ ପୁଣି ହତ୍ୟା ,  କଳାମୁଗୁନି ପଥର ଖଣି ଭିତରୁ ମୃତ ଦେହ ଠାବ

Fire destroys tyre workshop in Bhubaneswar, assets

Leave a comment

Your email address will not be published. Required fields are marked *