#Local

ଚୀନ୍ ଗସ୍ତ ପରେ ଟ୍ରମ୍ପଙ୍କ ବଡ଼ ଦାବି , ୯,୫୦୦ ମାଇଲ ଦୂରରେ ଆଉ ଏକ ଯୁଦ୍ଧ ଆମେ ଚାହୁଁନୁ

କନକ ବ୍ୟୁରୋ: ଚୀନ୍ ଗସ୍ତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଚାହୁଁଛନ୍ତି,ଇରାନ ପାଖରେ ପରମାଣୁ ଅସ୍ତ୍ର ନରହୁ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଚୀନ୍ ଚାହୁଁଛି, ହର୍ମୁଜ୍ ପ୍ରଣାଳୀ ଖୋଲା ରହୁ। ଯାହା ଦ୍ଵାରା ବିଶ୍ୱ ତୈଳ ଏବଂ ବାଣିଜ୍ୟ ଯୋଗାଣ ବାଧାପ୍ରାପ୍ତ ନହେଉ। ଚୀନ୍‌ର ତିନି ଦିନିଆ ଗସ୍ତ ପରେ ଏୟାର ଫୋର୍ସ ୱାନ୍‌ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏଭଳି କହିଛନ୍ତି। ଟ୍ରମ୍ପ କହିଛନ୍ତି, ଜିନପିଙ୍ଗଙ୍କ ସହ ଆଲୋଚନାରେ ଇରାନ, ତାଇୱାନ, ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଅନ୍ୟାନ୍ୟ ପ୍ରମୁଖ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିନପିଙ୍ଗ ଇରାନର ପରମାଣୁ କାର୍ୟ୍ୟକ୍ରମ ବିଷୟରେ ଏକ ଦୃଢ଼ ମତ ପ୍ରକାଶ କରିଛନ୍ତି। ଇରାନ ପରମାଣୁ ଅସ୍ତ୍ର ରଖିବା ପ୍ରସଙ୍ଗରେ ଚୀନ୍ ଏବଂ ଆମେରିକା ଏକ ଭଲ ବୁଝାମଣାରେ ପହଞ୍ଚିଛନ୍ତି।

ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଆମେରିକା ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରୁଛି। ଯଦି ଇରାନ ଏହି ରାସ୍ତାକୁ ବନ୍ଦ କରିବାକୁ ଚେଷ୍ଟା କରେ, ତେବେ ଆମେରିକା ଇରାନ ଉପରେ ଚାପ ବୃଦ୍ଧି କରିପାରେ। ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକାର ନୌସେନା କାର୍ୟ୍ୟାନୁଷ୍ଠାନ ଏବଂ ଅବରୋଧ ଗତ ଅଢ଼େଇ ସପ୍ତାହ ଧରି ଇରାନକୁ ସାଧାରଣ ବାଣିଜ୍ୟ କରିବାରୁ ବାଧା ଦେଇଛନ୍ତି। ଏହା ଦ୍ୱାରା ଇରାନକୁ ପ୍ରତିଦିନ ପ୍ରାୟ ୫୦୦ ନିୟୁତ ଡଲାର କ୍ଷତି ହେଉଛି। ତାଇୱାନ ପ୍ରସଙ୍ଗ ମଧ୍ୟ ଆଲୋଚନାର ଏକ ପ୍ରମୁଖ ବିଷୟ ଥିଲା। ଟ୍ରମ୍ପ କହିଛନ୍ତି,ଜିନପିଙ୍ଗ ସ୍ୱାଧୀନତା ପାଇଁ ତାଇୱାନରେ କୌଣସି ବଡ଼ ଆନ୍ଦୋଳନ କିମ୍ବା ସଂଘର୍ଷ ଚାହାଁନ୍ତି ନାହିଁ, କାରଣ ଏହା ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟରେ ଏକ ବଡ଼ ସଂଘର୍ଷ ସୃଷ୍ଟି କରିପାରେ। ଜିନପିଙ୍ଗଙ୍କ ମନ୍ତବ୍ୟକୁ ଧ୍ୟାନର ସହିତ ଶୁଣିଛନ୍ତି କିନ୍ତୁ ଏହି ପ୍ରସଙ୍ଗରେ ଅଧିକ ମନ୍ତବ୍ୟ ଦେଇ ନାହାଁନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ଆହୁରି ପଢ଼ନ୍ତୁ:ଚିଲିକା ଟାପୁରେ ଫଶିଲେ ମତ୍ସ୍ୟଜୀବୀ, ଡିଜେଲ ଅଭାବରୁ ଚିଲିକା ମଝିରେ ଫସିଛନ୍ତି  ମତ୍ସ୍ୟଜୀବୀ

ସାମ୍ବାଦିକମାନେ ଟ୍ରମ୍ପଙ୍କୁ ୧୯୮୨ ମସିହାର ପୁରୁଣା ଆମେରିକା ଚୁକ୍ତିନାମା ବିଷୟରେ ପ୍ରଶ୍ନ କରିଥିଲେ, ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ କହିଥିଲେ ଯେ ଆମେରିକା ତାଇୱାନକୁ ଅସ୍ତ୍ର ବିକ୍ରୟ ବିଷୟରେ ଚୀନ୍ ସହିତ ପରାମର୍ଶ କରିବ ନାହିଁ। ଟ୍ରମ୍ପ ଉତ୍ତର ଦେଇଥିଲେ ଯେ ଚୁକ୍ତିନାମା ବହୁ ପୁରୁଣା ଏବଂ ଆଜିର ପରିସ୍ଥିତି ଭିନ୍ନ ରହିଛି। ଟ୍ରମ୍ପ କହିଛନ୍ତି, ଜିନପିଙ୍ଗ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ ପ୍ରସଙ୍ଗ ଉଠାଇଥିଲେ।ଦୁଇ ନେତା ଏହି ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି ଏବଂ ଭବିଷ୍ୟତରେ ସେମାନେ ଏହି ବିଷୟରେ ନିଷ୍ପତ୍ତି ନେବେ। ଟ୍ରମ୍ପ ଶେଷରେ କହିଛନ୍ତି, ଏହି ସମୟରେ ବିଶ୍ୱ ପାଇଁ ଆମଠାରୁ ୯,୫୦୦ ମାଇଲ ଦୂରରେ ଆଉ ଏକ ଯୁଦ୍ଧର ଆବଶ୍ୟକତା ନାହିଁ । ଆମେରିକା କୌଣସି ବଡ଼ ସଂଘର୍ଷକୁ ଏଡାଇବାକୁ ଚାହୁଁଛି।

ଚୀନ୍ ଗସ୍ତ ପରେ ଟ୍ରମ୍ପଙ୍କ ବଡ଼ ଦାବି , ୯,୫୦୦ ମାଇଲ ଦୂରରେ ଆଉ ଏକ ଯୁଦ୍ଧ ଆମେ ଚାହୁଁନୁ

Supreme Court clears release of Rs 14

ଚୀନ୍ ଗସ୍ତ ପରେ ଟ୍ରମ୍ପଙ୍କ ବଡ଼ ଦାବି , ୯,୫୦୦ ମାଇଲ ଦୂରରେ ଆଉ ଏକ ଯୁଦ୍ଧ ଆମେ ଚାହୁଁନୁ

Fire Breaks Out In AC Coach of

Leave a comment

Your email address will not be published. Required fields are marked *