ଉପରମୁହାଁ ଦରଦାମ୍; ବଢ଼ିଗଲାଣି ମାସିକିଆ ବଜେଟ୍, ନିଅଣ୍ଟ ହେଉଛି ଦରମା ଟଙ୍କା

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ସିଧାସଳଖ ଭାବେ ଲୋକଙ୍କ ପକେଟ ଉପରେ ପଡ଼ିଛି । ତୈଳ ସଙ୍କଟ ଭିତରେ ବଢ଼ିଛି ଖାଇବା ସାମଗ୍ରୀର ଦାମ । ଗୋଟିଏ ସପ୍ତାହ ଭିତରେ ପ୍ରାୟ ସବୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ି ଯାଇଛି ।
ଦରମା ଯେତିକି ମିଳୁଛି ସେଥିରେ ଘର ଭଡ଼ା ସହିତ ପରିବାର ଚଳାଇବା କଷ୍ଟକର ହେଲାଣି । ଦରଦାମ ବୃଦ୍ଧି ଫଳରେ ସିଧାସଳଖ ପକେଟ୍ ଉପରେ ପଡିଛି ମହଙ୍ଗା ମାଡ଼ର ପ୍ରଭାବ । ପ୍ରତିମାସରେ ବଢ଼ି ବଢ଼ି ଚାଲିଛି ଘର ଖର୍ଚ୍ଚ । ଡାଲି ଦର ସପ୍ତାହକ ମଧ୍ୟରେ କିଲୋ ପିଛା ୫ଟଙ୍କା ବୃଦ୍ଧି ପାଇଛି । ରିଫାଇନ୍ ଲିଟର ପିଛା ୫ଟଙ୍କା ବଢ଼ି ଯାଇଛି । ସୋୟାବିନ ବଢ଼ି କିଲୋପିଛା ୧୦ଟଙ୍କା ଅଦା, ରସୁଣ ଦର ପାଖାପାଖି ଦୁଇଗୁଣା ବଢ଼ିଛି । କିଲୋପିଛା ୨୦ ଟଙ୍କା ବଢ଼ିଛି ଅମୁଲ ଦାମ୍ । ଖାଇବା ତେଲ ଦର ବି ବଢ଼ିଛି ।
ଅଧିକ ପଢ଼ନ୍ତୁ : ଛାତ୍ରୀଙ୍କୁ ସଶକ୍ତ କରିବ ‘ଶକ୍ତିଶ୍ରୀ’ ଯୋଜନା ; ଉତ୍କଳ ବିଶ୍ବବିଦ୍ୟାଳୟରେ ହେଲା ଶୁଭାରମ୍ଭ ହେଲା
ସପ୍ତାହକରେ ଦର ବୃଦ୍ଧି
ସାମଗ୍ରୀ (Kg ପିଛା) ଗତ ସପ୍ତାହ ଦର ବର୍ତ୍ତମାନର ଦର
ଡାଲି ୧୧୦ ଟଙ୍କା ୧୧୫ ଟଙ୍କା
ରିଫାଇନ୍(ଲିଟର) ୧୭୦ ଟଙ୍କା ୧୭୫ ଟଙ୍କା
ସୋୟା ବଡ଼ି ୮୦ ଟଙ୍କା ୯୦ ଟଙ୍କା
ଅଦା ୭୦ ଟଙ୍କା ୧୨୦ ଟଙ୍କା
ରସୁଣ ୮୦ ଟଙ୍କା ୧୪୦ ଟଙ୍କା
ଅମୁଲ ୪୩୫ ଟଙ୍କା ୪୫୫ ଟଙ୍କା
କେବଳ ଏତିକି ନୁହେଁ କ୍ଷୀର ଓ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ପାଇଥିବା କାରଣରୁ ଆଗକୁ ଚା’ କପର ଦାମ୍ ବି ବଢ଼ିବ । ଏନେଇ ଚା ଦୋକାନୀ କହିଛନ୍ତି, ବର୍ତ୍ତମାନ ଚା’ କପ୍ ୫ ରୁ ୭ଟଙ୍କାରେ ବିକ୍ରି କରାଯାଉଥିଛି ସତ କିନ୍ତୁ ଏଥିରୁ କୌଣସି ଲାଭ ବାହାରୁ ନାହିଁ । ଆଗାମୀ ଦିନରେ ତା ର ଦାମ ବୃଦ୍ଧି କରିବାକୁ ପଡ଼ିବ ।
ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ବସ୍ ଭଡ଼ା ବୃଦ୍ଧି ପାଇଛି । ଟ୍ରକ ଭଡ଼ା ବୃଦ୍ଧି କରିବାକୁ ସଂଘ ପକ୍ଷରୁ ଦାବି କରାଯାଉଛି । ଟ୍ରକ ଭଡ଼ା ବଢ଼ିଲେ ଦରଦାମ ଆହୁରି ବଢ଼ିବ । ଯାହାକି ଲୋକଙ୍କ ମାସିକିଆ ବଜେଟକୁ ଆହୁରି ଏପଟସେପଟ କରିବ ।
English 




























































































































































































































































































































































































































































































































































































































































































































































































































































































































































































































































































































































































