ବୁର୍ଲା ପ୍ଲାନେଟୋରିୟମ୍ ଛକରେ ପୁଲିସ୍ ଏନକାଉଣ୍ଟର , ଅଭିଯୁକ୍ତ ମନିଷ ସାହୁ ଆହତ

କନକ ବ୍ୟୁରୋ : ଏନକାଉଣ୍ଟର ପରେ ଏନକାଉଣ୍ଟର । ଗଞ୍ଜାମ ପରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ୍ ଛକରେ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଅଭିଯୁକ୍ତ ମନିଷ ସାହୁ ଆହତ । ଡାହାଣ ଗୋଡ଼ରେ ଗୁଳି ବାଜିଛି ଗୁଳି । ରୁଟିନ୍ ଚେକିଂ ବେଳେ ପୁଲିସ୍ ଅଟକାଇବାକୁ ଚେଷ୍ଟା କରିଥିବା ଏକ ସୁଇଫ୍ଟ୍ କାର୍ ଅଟକି ନଥିଲା । ପୁଲିସ୍ ପିଛା କରିବା ପରେ ଅଭିଯୁକ୍ତ ପୁଲିସ୍ଉ ପରକୁ ଗୁଳି ଚଳାଇଥିଲା । ପୁଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ମନିଷ ସାହୁ ତିନି ରାଉଣ୍ଡ୍ ଗୁଳି ଚଳାଇଥିଲେ ।
ଅଧିକ ପଢ଼ନ୍ତୁ : କେନ୍ଦ୍ରାପଡ଼ାରେ ବହିବ ମଦର ବନ୍ୟା ! ବର୍ଷକୁ ୨୭୮ କୋଟି ଟଙ୍କାର ମଦ ଉଠାଇବାକୁ ଟାର୍ଗେଟ
ଜବାବରେ ପୁଲିସ୍ ଦୁଇ ରାଉଣ୍ଡ୍ ଗୁଳି ଚଳାଇଥିଲେ । ଏହି ଏନକାଉଣ୍ଟର୍ରେ ଅଭିଯୁକ୍ତ ମନିଷ ସାହୁଙ୍କ ଡାହାଣ ଗୋଡ଼ରେ ଗୁଳି ବିଦ୍ଧ ହୋଇଛି । ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମନିଷ ସାହୁ ଜଣେ ପୂର୍ବ ଅପରାଧିକ ରେକର୍ଡ୍ ଥିବା ବ୍ୟକ୍ତି ବୋଲି ଜଣାପଡ଼ିଛି । ତାଙ୍କ ନାମରେ ପୂର୍ବରୁ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ମୋଟ ୧୪ଟି ଅପରାଧିକ ମାମଲା ରହିଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସୁଇଫ୍ଟ୍ କାର୍ଟିକୁ ଜବତ୍ କରିଛି । ଏହି ଏନକାଉଣ୍ଟର୍ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
English 

















































































































































































































































































































































































































































































































































































































































































































































































