୧୫ ମଇ ୨୦୨୬ ରେ ବୁଧ ଗ୍ରହ ବୃଷ ରାଶିକୁ ପ୍ରବେଶ : ଏହି ରାଶି ରୁହନ୍ତୁ ସତର୍କ

କନକବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗ୍ରହଙ୍କ ଚଳନ ଆମ ଜୀବନରେ ପ୍ରଭାବ ପକାଇଥାଏ । ଯାହା ଆମ ଜୀବନଶୈଳୀ ହେଉ କିମ୍ବା ଆର୍ଥିକ ମାନସିକ କ୍ଷେତ୍ରରେ ଆମକୁ ସହାୟକ ହୋଇଥାଏ । କାରଣ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି , ବ୍ୟବସାୟ, କଥାବାର୍ତ୍ତା ଏବଂ ଯୋଗାଯୋଗର କାରକ ମନାଯାଏ । ୧୫ ମଇ ୨୦୨୬ ରେ ବୁଧ ଗ୍ରହ ବୃଷ ରାଶିକୁ ପ୍ରବେଶ କରିଛନ୍ତି । ଏହି ଗୋଚର ସମସ୍ତ ୧୨ଟି ରାଶିର ଜୀବନ ଉପରେ କିଛି ନ କିଛି ପ୍ରଭାବ ପକାଇବ । ଜ୍ୟୋତିଷ ମତାନୁସାରେ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଲୋକଙ୍କ ଚିନ୍ତାଧାରା , ଆର୍ଥିକ ସ୍ଥିତି, କ୍ୟାରିୟର ଏବଂ ସମ୍ପର୍କରେ ପରିବର୍ତ୍ତନ ଆଣିପାରେ ।
ଏବେ ଜାଣନ୍ତୁ ବୁଧ ଗ୍ରହ ଚଳନ ପରେ କେଉଁ ରାଶି ଉପରେ କଣ ପ୍ରଭାବ ପଡିବ…..
ମେଷ ରାଶିର ଲୋକଙ୍କ ପାଇଁ କାମର ଚାପ କିଛି ବଢ଼ିପାରେ । ଆର୍ଥିକ କାର୍ଯ୍ୟରେ ତରବର ନିଷ୍ପତ୍ତି ଜଲଦି କରିବା ଭଲ ନୁହେଁ । ଧୈର୍ଯ୍ୟ ଧରି କାମ କଲେ ଭଲ ଫଳ ମିଳିବ ।
ବୃଷ ରାଶିର ଲୋକମାନେ ନିଜ କାମରେ ଧୀରେ ଧୀରେ ସଫଳତା ଦେଖିବେ । ଅଫିସରେ ବଡ଼ମାନଙ୍କ ପରାମର୍ଶ ଲାଭଦାୟକ ହେବ ଏବଂ ପରିବାର ସହ ସମୟ କାଟିବାରେ ମନ ଖୁସି ରହି ବ।
ମିଥୁନ ରାଶି ପାଇଁ ଏହି ସମୟ ନୂଆ ଅବସର ନେଇ ଆସିବ । ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ ହେଲେ ମଧ୍ୟ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।
କର୍କଟ ରାଶିର ଲୋକଙ୍କ ଭାବନା ଅଧିକ ସକ୍ରିୟ ରହିପାରେ। କାର୍ଯ୍ୟକ୍ଷେତ୍ରରେ ଫୋକସ୍ ରଖିବା ଦରକାର, ନହେଲେ ଛୋଟ ଭୁଲ ବଡ଼ ସମସ୍ୟା ହୋଇପାରେ।
ସିଂହ ରାଶିର ଲୋକଙ୍କ ପାଇଁ ଏହି ଗୋଚର ଶୁଭ ସୂଚନା ନେଇ ଆସିପାରେ । କାମରେ ପ୍ରଶଂସା ମିଳିବ ଏବଂ ଆତ୍ମବିଶ୍ୱାସ ବଢ଼ିବ। ଧନ ଲାଭର ନୂଆ ଉତ୍ସ ମଧ୍ୟ ଖୋଲିପାରେ। କନ୍ୟା ରାଶିର ଲୋକମାନେ ସତର୍କ ରହିବା ଆବଶ୍ୟକ । ଛୋଟ ଭୁଲ ମଧ୍ୟ ବଡ଼ କ୍ଷତି ଦେଇପାରେ, ତେଣୁ ସମସ୍ତ କାମ ଭାବିଚିନ୍ତି କରିବା ଭଲ ।
ତୁଳା ରାଶି ପାଇଁ ଏହି ସମୟ ଶୁଭ ହୋଇପାରେ। ବ୍ୟବସାୟରେ ଲାଭ ଓ ସମ୍ପର୍କରେ ମଧୁରତା ବଢ଼ିବ। କୌଣସି ଭଲ ଖବର ମିଳିପାରେ । ବୃଶ୍ଚିକ ରାଶିର ଲୋକଙ୍କ ଉପରେ କାମର ଚାପ ବଢ଼ିପାରେ, କିନ୍ତୁ ଦିନ ଶେଷରେ ସମସ୍ୟା କମିଯିବ। ନିଜ ପରିବାର ଓ ସଙ୍ଗମାନଙ୍କ ସହ ଆଲୋଚନା କରିବା ମନକୁ ଶାନ୍ତି ଦେବ।
ଧନୁ ରାଶିର ଲୋକମାନଙ୍କ ପାଇଁ ନୂଆ ଆର୍ଥିକ ସୁଯୋଗ ଆସିପାରେ। ଯାତ୍ରା ଏବଂ ପ୍ରଗତିର ଯୋଗ ମଧ୍ୟ ରହିଛି। ମକର ରାଶିର ଲୋକଙ୍କୁ ଅଧୂରା କାମ ସମାପ୍ତ କରିବା ଉପରେ ଧ୍ୟାନ ଦେବା ଦରକା ର। ଅଧିକ ଖର୍ଚ୍ଚ ହୋଇପାରେ, ତେଣୁ ସଚେତନ ହୋଇ ଟଙ୍କା ବ୍ୟୟ କରନ୍ତୁ। କୁମ୍ଭ ରାଶି ପାଇଁ ଏହି ସମୟ ପ୍ରଗତିଶୀଳ ରହିବ। ନୂଆ ଯୋଜନା ସଫଳ ହେବ ଏବଂ ଆର୍ଥିକ ସ୍ଥିତି ଭଲ ରହିବ।
ମୀନ ରାଶିର ଲୋକମାନେ ତଡ଼ଫଡ଼ରୁ ଦୂରେ ରହିବା ଭଲ। ଧୀରେ ଧୀରେ କାମ କରିଲେ ସଫଳତା ମିଳିବ। ପରିବାରର ସହଯୋଗ ମିଳିବ ଏବଂ ମନ ଶାନ୍ତ ରହିବ। ସାରକଥା, ବୁଧଙ୍କ ବୃଷ ରାଶିରେ ଗୋଚର କିଛି ରାଶି ପାଇଁ ଶୁଭ ଏବଂ କିଛି ପାଇଁ ସତର୍କତାର ସମୟ ନେଇ ଆସିଛି। ଜ୍ୟୋତିଷ ଅନୁସାରେ ଧୈର୍ଯ୍ୟ, ସଠିକ୍ ନିଷ୍ପତ୍ତି ଓ ପରିଶ୍ରମ ଏହି ସମୟରେ ସଫଳତାର ଚାବି ହେବ ।
English 















































































































































































































































































































































