#Local

ଦୁଇ ଶିଶୁ ଅପହରଣ ଘଟଣା, ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ଜଗତସିଂହପୁର ସଦର ଥାନା ଅଞ୍ଚଳରୁ ଦୁଇ ଶିଶୁଙ୍କୁ ଅପହରଣ ଘଟଣା। ବାଲୁଗାଁରୁ ଜଣଙ୍କୁ ଗିରଫ ସହିତ ଦୁଇ ଶିଶୁଙ୍କୁ ଉଦ୍ଧାର କରିଛି ଜଗତସିଂହପୁର ପୁଲିସ। ଗିରଫ ଅଭିଯୁକ୍ତ ହେଲେ ବାଲୁଗାଁ ଅଞ୍ଚଳର ରାଜା ସିଂ। ଶିଶୁ ଦୁହିଁଙ୍କ ମା’ ବାହାର ଜିଲ୍ଲାରୁ ଆସି ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି। କିଛିଦିନ ପୂର୍ବରୁ ଅଭିଯୁକ୍ତ ରାଜା ସିଂ ମଧ୍ୟ ବାହାରୁ ଆସି ଜଗତସିଂହପୁର ଅଞ୍ଚଳରେ କାମ କରୁଥିଲା। ପରେ ରାଜା ସମ୍ପୃକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କର ଦୁଇ ଶିଶୁପୁତ୍ରକୁ ଅପହରଣ କରିବା ପାଇଁ ଟାର୍ଗେଟ କରିଥିଲା। ପରେ ମା’ ପିଲାଙ୍କ ପାଖରେ ନଥିବା ସୁଯୋଗ ନେଇ ଦୁଇ ଶିଶୁଙ୍କୁ ଅପହରଣ କରି ନେଇଥିଲା। ଉଭୟ ଶିଶୁଙ୍କ ବୟସ ୩ବର୍ଷ ଏବଂ ୭ବର୍ଷ ହୋଇଥିବା ବେଳେ ଉଭୟ ଶିଶୁଙ୍କୁ ନେଇ ବାଲୁଗାଁରେ ରଖିଥିଲା। ତେବେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ରାଜା ସିଂଙ୍କୁ ବାଲୁଗାଁରୁ ଗିରଫ କରିବା ସହିତ ଉଦ୍ଧାର ଶିଶୁଙ୍କୁ ତାଙ୍କର ମାଙ୍କୁ ହସ୍ତାନ୍ତର କରିଛି।

ଆହୁରି ପଢ଼ନ୍ତୁ:ବାଲେନ ଶାହଙ୍କ ସରକାରଙ୍କୁ ସୁପ୍ରିମକୋର୍ଟର ଝଟକା : ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ

ଦୁଇ ଶିଶୁ ଅପହରଣ ଘଟଣା, ଅଭିଯୁକ୍ତ ଗିରଫ

Elderly, Disabled Devotees To Get Priority Darshan

Leave a comment

Your email address will not be published. Required fields are marked *