ଓଡ଼ିଶା ଝିଅ ଭାରତ ଟପ୍ପର, ସିବିଏସ୍ଇ ବାଣିଜ୍ୟରେ ଚମକିଲେ ପ୍ରିୟା

କନକ ବ୍ୟୁରୋ:ସର୍ବଭାରତୀୟ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ଦେଶରେ ଟପ୍ପର ହୋଇଛନ୍ତି ଓଡ଼ିଶାର ଝିଅ ପ୍ରିୟା ପାଲବାବୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ମୁନସିବନ୍ଧ ନିବାସୀ ଅଜିତ କୁମାର ପାଲବାବୁ ଓ ଲୀଲା ପାଲବାବୁଙ୍କ ଝିଅ ପ୍ରିୟା ୯୯.୪୦% ନମ୍ବର ରଖି ଏହି ସଫଳତା ପାଇଛନ୍ତି। ସେ ଝାଡ଼ଖଣ୍ଡ ବୋକାରୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀ। ପ୍ରିୟା ଆକାଉଣ୍ଟାନ୍ସି, ବିଜିନେସ ଷ୍ଟଡି, ପେଣ୍ଟିଂ ଏବଂ ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷାରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି। ଦିନକୁ ମାତ୍ର ୪ରୁ ୫ ଘଣ୍ଟା ପଢ଼ୁଥିଲେ ପ୍ରିୟା। ପରୀକ୍ଷା ସମୟରେ ସୋସିଆଲ ମିଡିଆଠାରୁ ଦୂରରେ ରହି ସେ ଏହି ସଫଳତା ପାଇଥିବା କୁହନ୍ତି। ଭବିଷ୍ୟତରେ ଜଣେ ସଫଳ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରିୟା ଓ ତାଙ୍କ ପରିବାର ଏହି ସଫଳତାରେ ବେଶ୍ ଆନନ୍ଦିତ ଅଛନ୍ତି ।
ଆହୁରି ପଢ଼ନ୍ତୁ:ମତ୍ସ୍ୟଜୀବୀଙ୍କ ଉପରେ ତେଲ ସଂକଟର ପ୍ରଭାବ, ତେଲ ନଥିବାରୁ ଚାଲୁନି ଟ୍ରଲର, ମହଙ୍ଗା ହେବାକୁ ଯାଉଛି ସମୁଦ୍ର ମାଛ
English 











































































































































































































































































































































































































































