ଯାଜପୁରରେ ଚିନ୍ତାରେ ସୁନା ବ୍ୟବସାୟୀ : ଗହଣା ଅଛି , ହେଲେ କିଣିବାକୁ ନାହାନ୍ତି ଲୋକେ

କନକ ବ୍ୟୁରୋ : ବର୍ଷକ ଯାଏ ସୁନା ନକିଣିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ଏବେ ସୁନା ବଜାରରେ ହଲଚଲ । ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଛୋଟ ବଡ଼ ସୁନା ବ୍ୟବସାୟୀ ମାନଙ୍କର ଏନେଇ ଚିନ୍ତା ବଢ଼ିଛି । ଦୋକାନ ଅଛି, ସୁନା ଗହଣା ବି ଅଛି, ହେଲେ ସୁନା କିଣିବାକୁ ଆସୁନାହାନ୍ତି ଗ୍ରାହକ ।
ଅଧିକ ପଢ଼ନ୍ତୁ : ସୁନା ବଜାରରେ ବଡ଼ ଝଟକା , ଖସିଲା ସୁନା ଦର
ଫଳରେ ସୁନା କାରବାର ଏକ ପ୍ରକାର ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ କେନ୍ଦ୍ର ସରକାର ସୁନା ଉପରେ କଷ୍ଟମ ଟ୍ୟାକ୍ସ ବା ଆମଦାନୀ ଶୁଳ୍କକୁ ୬ ପ୍ରତିଶତରୁ ସିଧାସଳଖ ୧୫ ପ୍ରତିଶତକୁ ବୃଦ୍ଧି କରିବା ଗ୍ରାହକଙ୍କ ଉପରେ ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ହୋଇଛି ।
English 



















































































































































































































































































































































































































































































































































































































































































































































































































































































































































































































